ଏସିଆନ କରାଟେ ଫେଡେରେସନ, ଏକେଏଫ ଆନୁକୂଲ୍ୟରେ ଜୋରଡାନ ର ଅମାନ ସହର ଠାରେ ଚଳିତ ମାସ ୮ ରୁ ୧O ରିଖ ପର୍ଯନ୍ତ 24ତମ ଏସିଆନ କ୍ୟାଡେଟ, ଜୁନିଅର ଓ ୨୧ ବର୍ଷ ରୁ କମ ବୟସ ବର୍ଗର କରାଟେ ଚାମ୍ପିୟନସିପ ଅନୁଷ୍ଠିତ ହେଉଅଛି l
ଓଡିଶା ରାଜ୍ୟ କରାଟେ ସଂଘ, ଓସ୍କା ପକ୍ଷରୁ ମନୋନୀତ ହୋଇ ଗତ କିଓ ଜାତୀୟ କରାଟେ ଚାମ୍ପିୟନସିପ ରେ ଉନ୍ନତ ପ୍ରଦର୍ଶନ କରିଥିବା ଓଡିଶାର ଅଲିଶା ସୁବୁଦ୍ଧି, ଶ୍ଵେତାଞ୍ଜନା ସାହୁ ଓ ଶାରନ୍ୟା ସାହୁ ଏହି ଚାମ୍ପିୟନସିପ ପାଇଁ ମନୋନୀତ ଥିବାବେଳେ ଏସିୟ କୋଚ ଭାଲେନା ଭାଲେଣ୍ଟିନା ଓ ଏସିୟ ଜଜ ରାଜୀବ ସିଂ ଭାରତୀୟ ଦଳ ସହ ଜୋରଦାନ ଯାତ୍ରା କରିଛନ୍ତି l ଓଡିଶା ରାଜ୍ୟ କରାଟେ ସଂଘ ପକ୍ଷରୁ ସଭାପତି ହାଂଶୀ ଡ. ହରିପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଡ. ଗୌରୀ ମହାନ୍ତି ଙ୍କ ସହ ସଂଘର ବରିଷ୍ଠ କର୍ମକର୍ତା ମାନେ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l
