ସାରା ଦେଶରେ କରୋନା ମହାମାରୀ ପାଇଁ ଦୀର୍ଘ ତିନି ମାସ ଧରି ଲକଡାଉନ୍ ସ୍ଥିତି ଜାରି ରହିଛି। ଫଳରେ ସମସ୍ତଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିରି ଭିତରେ ସାମାଜିକ ଦୂରତାକୁ ମାନି ଅନଲାଇଇନ୍ ଖାଦ୍ୟ ବିତରଣ ସଂସ୍ଥା ସ୍ୱିଗି ଓ ଜୋମାଟୋ ବର୍ତ୍ତମାନ ‘ମଦ’ର ହୋମ୍ ଡେଲିଭରୀ ଆରମ୍ଭ କରିଛି। ଗୁରୁବାର ଠାରୁ ଝାଡ଼ଖଣ୍ଡ ସରକାରଙ୍କ ଅନୁମତି କ୍ରମେ ସ୍ୱିଗି ଓ ଜୋମାଟୋ ରାଜଧାନୀ ରାଞ୍ଚିରେ ‘ମଦ’ର ହୋମ ଡେଲିଭରୀ ସେବା ଆରମ୍ଭ କରିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ସୁବିଧା ରାଜ୍ୟର ଅନ୍ୟ ବଡ ସହରରେ ଉପଲବ୍ଧ ହେବାକୁ ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ହେତୁ ଏହି ସଂସ୍ଥା ଲୋକଙ୍କୁ ମଦ ଯୋଗାଇବାରେ ସାହାଯ୍ୟ କରିବା ସହ ସାମାଜିକ ଦୂରତା ନିୟମକୁ ରକ୍ଷା କରିବ। ସ୍ୱିଗି ଓ ଜମାଟୋ ସଂସ୍ଥା ଅନ୍ୟ କେତେକ ରାଜ୍ୟ ସହ ଆଲୋଚନା କରିଛି। ଯାହା ଦ୍ୱାରା ସେ ଏହି ସ୍ଥିତିରେ ମଦର ଘରୋଇ ଯୋଗାଣ ମଧ୍ୟ କରିପାରିବେ। ଜୋମାଟୋ ଏବଂ ସ୍ୱିଗି ଦେଶର ୫୦୦ରୁ ଅଧିକ ସହରରେ ୧.୬ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟ ଓ ଷ୍ଟୋର ସହିତ ଜଡିତ ରହିଛି।