ଭାରତୀୟ ବାୟୁସେନା ଚିଫ୍‌ଙ୍କୁ ବସାଇ ମିଗ୍‌-୨୧ ବିମାନ ଉଡ଼ାଇଲେ ଅଭିନନ୍ଦନ

ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନୱାଙ୍କ ସହ ମିଶି ୱିଙ୍ଗ କମାଣ୍ଡର୍ ଅଭିନନ୍ଦନ ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବିମାନ ଉଡାଇବାର ଅନୁମତି ନ ଥିଲା। ତେବେ କିଛିଦିନ ହେବ ଯୁଦ୍ଧ ବିମାନ ଉଡାବାକୁ ଫିଟ୍‌ ଘୋଷଣା କରାଯିବା ପରେ ସେ ଏବେ ଦୀର୍ଘ ଦିନ ପରେ ପ୍ରଥମ ଥର ଲାଗି ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇଛନ୍ତି। ଗତ ଫେବୁଆରୀରେ ୩୫ ବର୍ଷିୟ ଏହି ପାଇଲଟ୍ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍-୧୬ ଭାରତ ସୀମା ଡେଇଁ ପଶି ଆସିବାରୁ ତାକୁ ଗୋଡ଼ାଇ ଗୋଡ଼ାଇ ପାକ୍ ସୀମାରେ ପସିଯାଇଥିଲେ। ବୈଷୟିକ ତ୍ରୁଟି ଫଳରେ ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣା ଘଟିଥିଲା, ଫଳରେ ପାକିସ୍ତାନ ସେନାଙ୍କ ହାତରେ ଧରାପଡିଥିଲେ ଅଭିନନ୍ଦନ। ପରେ ଭାରତର ଚାପରେ ସ୍ୱଦେଶ ଫେରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ। ଅନ୍ୟପଟେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବଡ ବଡ ନିଶ ରଖୁଥିବାବେଳେ ଏବେ ସେ ଏହାକୁ କାଟି ଛୋଟ କରିଦେଇଛନ୍ତି। 

Leave a Reply

Your email address will not be published. Required fields are marked *