ବେଆଇନ ଭାବେ ମଦ ବିକିବା ମହଙ୍ଗା ପଡିଲା, ତାତିଲେ ମହିଳା, ଜବତ ମଦକୁ ଘର ଆଗରେ ଜାଳିଲେ। ଏଭଳି ଏକ ଉତେଜନା ପରିସ୍ଥିତି ଦେଖାଦେଇଛି ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଘିଆପଡା ପଞ୍ଚାୟତ ଲକ୍ଷ୍ମୀପଦର ଗାଁ ନିକଟ ଇସିରାଶିଙ୍ଗା ଠାରେ । ସୂଚନା ମୁତାବକ ଗ୍ରାମର ଛବିନ୍ଦ୍ର ନାୟକ ନାମକ ବ୍ୟକ୍ତି ବେଆଇନ ଭାବେ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି କରିଆସୁଥିଲେ । ହେଲେ ମଦ ବିକ୍ରିକୁ ବଘିଆପଡା ପଂଚାୟତ ର ମହିଳା ମାନେ ତୀବ୍ର ବିରୋଧ କରିବା ସହିତ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏଥିପ୍ରତି ମଦ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୋଲିସ ଅହେତୁକ ଅନୁକମ୍ପା ଦେଖେଇ ଆସୁଥିବା ଅଭିଯୋଗ କରି ଆଜି ୫୦୦ ରୁ ଉର୍ଦ୍ଧ ମହିଳା କୁଚିଆ ମଦ ବିକ୍ରେତାଙ୍କ ଘରେ ପଶି ବିପୁଳ ପରିମାଣରେ ଦେଶୀ ପାଉଚ ମାଦ ଜବତ କରିବା ସହିତ ଘର ଆଗରେ ମଦ ଗୁଡିକ ଉପରେ ନିଆଁ ଲଗେଇ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେଉଁ କାମ ପୋଲିସ ଓ ଅବକାରୀ ବିଭାଗ କରିବା କଥା ତାହା ୫୦୦ ରୁ ଉର୍ଦ୍ଧ ମହିଳା ଏକତ୍ରିତ ହୋଇ କରିଦେଖେଇଛନ୍ତି ।