ମୋଦିଙ୍କୁ ଅନଫଲୋ କରିବା ପରେ ବିବାଦରେ ହ୍ୱାଇଟ୍ ହାଉସ,ଜାଣନ୍ତୁ କ’ଣ ଉତ୍ତର ରଖିଲା

ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢୁଥିବା ବେଳେ ଏହି ସମୟରେ ହ୍ୱାଇଟ୍ ହାଉସର ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଅନଫଲୋ କରିଛି। ଫଳରେ ଏହାକୁ ନେଇ ଅନେକ ଜୋରଦାର ଚର୍ଚ୍ଚା ଦେଖାଇଛି। ବିବାଦ ଉପୁଜିବା ପରେ ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହାର ଉତ୍ତର ରଖାଯାଇଛି। ହ୍ୱାଇଟ୍ ହାଉସ କହିଛି ଯେ, ଯେତେବେଳେ ବି ଆମେରିକାର ରାଷ୍ଟ୍ରପତି କୌଣସି ଦେଶ ପରିଦର୍ଶନରେ ଯାଆନ୍ତି ସେହି ଦେଶର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୱାଇଟ୍ ହାଉସ ଫଲୋ କରିଥାଏ । ଫେବୃଆରୀ ମାସର ଯେତେବେଳେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ଆସିଥିଲେ, ସେତେବେଳେ ହ୍ୱାଇଟ୍ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଥିଲା। ହ୍ୱାଇଟ୍ ହାଉସର ଜଣେ ଅଧିକାରୀଙ୍କ ଅନୁଯାୟୀ ହ୍ୱାଇଟ୍ ହାଉସ କେବଳ ଆମେରିକା ସରକାର ସହ ଜଡିତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଛି। କିନ୍ତୁ ରାଷ୍ଟ୍ରପତିଙ୍କ ଯେକୌଣସି ଦେଶ ଗସ୍ତ ସମୟରେ ସେହି ଦେଶର ମୁଖ୍ୟଙ୍କୁ ଫଲୋ କରାଯାଏ, ଯାହା ଦ୍ୱାରା ବାର୍ତ୍ତା କ୍ରମାଗତ ଭାବରେ ରିଟ୍ୱିଟ୍ ହୋଇପାରିବ। ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ମାତ୍ର 13ଟି ଆକାଉଣ୍ଟକୁ ଫଲୋ କରିଛି।

Leave a Reply

Your email address will not be published. Required fields are marked *