ଜାଣନ୍ତୁ ବଲିଉଡରେ ସବୁଠୁ ଧନୀ ଅଭିନେତ୍ରୀ କିଏ?

ବି-ଟାଉନ ସେଲିବ୍ରିଟିଙ୍କ ସମ୍ପତ୍ତିର ତାଲିକାକୁ ନେଇ ସେମାନେ ସବୁବେଳେ ଚର୍ଚ୍ଚାରେ। କେବେ ସେମାନଙ୍କ ଘରକୁ ନେଇ ଚର୍ଚ୍ଚା ତ ଆଉ କେବେ ସେମାନଙ୍କ ଗାଡିକୁ ନେଇ ଚର୍ଚ୍ଚା । କିନ୍ତୁ ଏସବୁ ସଫଳତା ପାଇବା ପାଇଁ ସେଲିବ୍ରିଟିମାନେ ମଧ୍ୟ କମ ପରିଶ୍ରମ କରିନଥାନ୍ତି । କଠିନ ପରିଶ୍ରମ, ନିଜର ସୁନ୍ଦରତା ଓ ଅଭିନୟ ଦକ୍ଷତା ଦ୍ୱାରା ଦର୍ଶକଙ୍କ ମନକୁ କିଣିବା ସହ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ଏମାନେ। ତେବେ ବଲିଉଡରେ ଧନୀ ସେଲିବ୍ରିଟିଙ୍କ ସଂଖ୍ୟା ବହୁତ ଅଧିକ। କିନ୍ତୁ ସେମାନଙ୍କ ମଧ୍ୟରେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି ଯିଏକି କମ ଦିନ କେଇଟା ଭିତରେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସବୁଠୁ ଧନୀ ସେଲିବ୍ରିଟିଙ୍କ ଲିଷ୍ଟରେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି। ଆମେ କହୁଛୁ ବଲିଉଡର ଆଇଟମ କୁଇନ ସନ୍ନି ଲିଓନିଙ୍କ କଥା। ଯିଏକି ବିଗ୍ ବସ୍ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ବିଗ୍ ବସ୍ ହିଁ ବଦଳାଇଥିଲା ସନ୍ନିଙ୍କ ଭାଗ୍ୟ। ବିଗ୍-ବସରେ ଆସିବା ପରେ ହିଁ ସନ୍ନିଙ୍କୁ ମିଳିଥିଲା ଫିଲ୍ମର ଅଫର । ୨୦୧୨ ରେ ଫିଲ୍ମ ‘ଜିସ୍ମ’ ଜରିଆରେ ବଲିଉଡରେ ପାଦ ଥାପିଥିଲେ ସନ୍ନି। ଏହାପରେ ସେ ରାଗିନି ଏମ୍ ଏମ୍ ଏସ୍ ୨,ଏକ ପହେଲି ଲୀଲା,ୱାନ ନାଇଟ ଷ୍ଟାଣ୍ଡ ଆଦିରେ ନଜର ଆସିଥିଲେ । ଲୈଲା ଓ ଲୈଲା, ପାନି ୱାଲା ଡ୍ୟାନ୍ସ୍, ପିଙ୍କ୍ ଲିପ୍ସ, ଦେଶି ଲୁକ୍ ଆଦି ଆଇଟମ୍ ଗୀତ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି ସେ। ନିଜର କାର୍ଯ୍ୟଦକ୍ଷତା ଯୋଗୁ ସନ୍ନି ଆଜି ଅଶେଷ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସନ୍ନିଙ୍କ ପାଖରେ ରହିଛି ପ୍ରାୟ ୪୦୦ କୋଟିର ସମ୍ପତ୍ତି । ଯେଉଁଥିରେ ରହିଛି ୧୦୦ କୋଟିର ଗାଡି କଲେକ୍ସନ, ଯେଉଁ କାରଣରୁ ସନି ଆଜି ବଲିଉଡର ସବୁଠୁ ଧନୀ ଅଭିନେତ୍ରୀ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *