ଶାସକ ଦଳ ପାଟୁକୁରାରେ ନିର୍ବାଚନ ଜିତିବା ଲାଗି ସବୁ ଅନୈତିକ କାର୍ଯ୍ୟ କରିଛନ୍ତି| ସବୁ ବୁଥ୍ ରେ ହେର ଫେର୍ କରିବା ଲାଗି ଉଦ୍ୟମ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି| ଏଥିରେ ପ୍ରିଜାଇଡିଂ ଅଫିସରଙ୍କ ସମ୍ପୃକ୍ତି ରହିଛି| ପ୍ରିଜାଇଡିଂ ଅଫିସରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି| 220 ନମ୍ବର ବୁଥ୍ ଡାହାଳପୁର ଓ ପାଟକୁରାର 294 ବୁଥରେ ଇଭିଏମ୍ ବଦଳି କରାଯାଇଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହାସହ 309 ବୁଥ୍ ଲାଗି ଆସିଥିବା ଅଧିକ 100 ଇଭିଏମ୍ କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି| ଏନେଇ ସିଇଓଙ୍କ ନିକଟରେ ଫେରାଦ୍ ହେଲେ ମଧ୍ୟ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି| ସେପଟେ ବିଜେଡି କହିଛି ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ପରାଜୟ ସ୍ୱୀକାର କରିଛି। ପାଟକୁରାରେ ହାରିବେ ବୋଲି ଜାଣି ଏଭଳି ମୂଲ୍ୟହୀନ ଅଭିଯୋଗ ବିଜେପି କରୁଛି ବୋଲି ବିଜେଡି କହିଛି।