ଯାଜପୁର ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ଘଟଣାରେ 5 ଦିନ ବତିଯାଇଥିଲେ ମଧ୍ୟ ଘଟଣାରୁ ପରଦା ହଟିପାରୁନି। ଚାପ ଅଧିକ ହେବାରୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଶନିବାର ପୋଲିସ ଗିରଫ କରିଛି। ଏହି ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ରହସ୍ୟଭରା କଥା ଶୁଣିବାକୁ ମିଳୁଛି। ସ୍ମିତାରାଣୀ ମୃତ୍ୟୁ ସମୟରେ ରାମକୋ କମ୍ପାନୀର ଉଚ୍ଚପଦସ୍ଥ କର୍ମଚାରୀ ସେହି ଗେଷ୍ଟ ହାଉସରେ କଣ କରୁଥିଲେ। ଯାହାକୁ ଆଧାର କରି ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବହୁ ଚର୍ଚ୍ଚିତ ରାମକୋ ସିମେଣ୍ଟ କମ୍ପାନୀର ଲିଙ୍କ୍ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟ ହାଉସରେ ରାମକୋ କମ୍ପାନୀର ଅଧିକାରୀଙ୍କ ଉପସ୍ଥିତ ଏହି ଘଟଣାକୁ ଅଧିକ ଜଟିଳ କରିଛି। ଏହି ଗେଷ୍ଟ ହାଉସ୍ ଜଙ୍ଗଲ ଜମିରେ ତିଆରି ହୋଇଥିବା ବେଳେ ରାମକୋର ଅନେକ ବେଆଇନ କାମ ଏହି ଗେଷ୍ଟ ହାଉସରେ ଚାଲିଥାଏ। କେବଳ ସେତିକି ନୁହେଁ ସ୍ଥାନୀୟ ପଞ୍ଚାୟତ ଅଫିସର ସମସ୍ତ କାମ ଏହି ଗେଷ୍ଟ ହାଉସରେ ହିଁ ହୋଇଥାଏ ବୋଲି ଅଭିଯୋଗ କରିଛି ବିଜେପି। ଏହାସହ ବିଜେପି ଅଭିଯୋଗ କରିଛି ଏହି ଗେଷ୍ଟ ହାଉସରେ ସବୁଦିନ ଅନୈତିକ କାର୍ଯ୍ୟ ଚାଲିଥାଏ। 60 ବର୍ଷର ବୁଢା ଏହି ଗେଷ୍ଟ ହାଉସ ଭିତରକୁ ଗଲେ 22 ବର୍ଷର ଟୋକା ପାଲଟିଯାଏ ବିଜେପି ଅଭିଯୋଗ କରିଛି।