ମୁହଁ ଖୋଲିଲେ ବିରାଟ: କହିଲେ ଟିମ୍ ଇଣ୍ଡିଆର ପରାଜୟର କାରଣ

ଶେଷରେ କୋଟି କୋଟି ଭାରତୀୟ ନିରାଶ ହେଲେ । ସ୍ୱପ୍ନ ସବୁ ବାଙ୍ଗି ଚୁରମାର ହୋଇଗଲା । ଟାଇଟଲ ଫେବରିଟ୍ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବିଦାୟ ନେଇଛିା ଯାହା ସହଜରେ ବିଶ୍ୱାସ ମଧ୍ୟ ହେଉନାହିଁ । ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତକୁ ମାତ ଦେଇଛି ନ୍ୟୁଜିଲାଣ୍ଡ। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି।
ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯାଉଥିବା ମ୍ୟାଚରେ ଭାରତର ବ୍ୟାଟିଂ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୭୭) ଓ ମହେନ୍ଦ୍ର ସିଂହ ଧୋନି (୫୦)ଙ୍କ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରି ପରାସ୍ତ ହୋଇଛି।
୨୩୯ ରନର ପିଛା କରୁଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ୪ ୱିକେଟ୍ ହରାଇ ବଡ଼ ବିପଦରେ ପଡ଼ିଥିବା ବେଳେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଲଢ଼ିଥିଲେ। ଦୁହେଁ ୭୭ ବଲରେ ୪୭ ରନର ଭାଗୀଦାରୀ କରିଥିଲେ। ଏହି ଦୁଇଜଣଙ୍କ ଆଉଟ୍ ପରେ ଟିମର ସବୁଠାରୁ ଅଭିଜ୍ଞ ଖେଳାଳି ଧୋନି ଓ ଅଲରାଉଣ୍ଡର ଜାଡେଜା ଦମ୍ ଦେଖାଇଥିଲେ। ଦୁହେଁ (୧୦୬) ଶତକୀୟ ଭାଗୀଦାରୀ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ୪୮ତମ ଓଭରରେ ଜାଡେଜା ଏବଂ ୪୯ତମ ଓଭରରେ ଧୋନିଙ୍କ ଆଉଟ୍ ପରେ ଭାରତ ମୁଠାରୁ ମ୍ୟାଚ୍ ଖସି ଯାଇଥିଲା। ଜାଡେଡା ୫୯ ବଲରେ ୪ ଚୌକା ଓ ୪ ଛକା ସହ ୭୭ ଏବଂ ଧୋନି ୫୦ (୭୨ ବଲ୍) ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ହେନରୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ସାଣ୍ଟନର ଓ ବୋଲ୍ଟ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

ପରାଜୟ ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ବୋଲର ମାନଙ୍କୁ ପ୍ରଶଂସା କରିବାକୁ ଭୁଲିନାହାଁନ୍ତି। ବୋଲର ମାନେ ସେମାନଙ୍କ କାମ କରିଥିବା ବେଳେ ବ୍ୟାଟ୍ସମ୍ୟାନ ମାନେ କିନ୍ତୁ ନିରାଶ କରିଥିବା କୋହଲି କହିଛନ୍ତି। କୋହଲି ଆହୁରି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଆମେ ଯେଉଁଭଳି ପ୍ରଦର୍ଶନ କରିଛୁ, ତାହା ପ୍ରଶଂସାଯୋଗ୍ୟ। ଏହାସହ ଆଜିର ମ୍ୟାଚରେ ଧୋନୀଙ୍କ ରନ ଆଉଟ୍ ମ୍ୟାଚର ମୋଡ ବଦଳାଇଦେଇଥିବା କୋହଲି କହିଛନ୍ତି। ସେପଟେ ଜାଡେଜାଙ୍କ ପ୍ରଦର୍ଶନକୁ ନେଇ ସେ ପ୍ରଶଂସା କରିଥିଲ ।

Leave a Reply

Your email address will not be published. Required fields are marked *