ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର 15 ଘଣ୍ଟା ପୂର୍ବରୁ ରୋହିତଙ୍କୁ ନେଇ ବଡ଼ ବୟାନ ଜାରି କଲେ ବିରାଟ

ଆସନ୍ତା କାଲି ଠାରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ନୂଆ ଜର୍ସି ଓ କରୋନା ମହାମାରୀ ଭିତରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଦୁଇମାସର ଏହି ଲମ୍ବା ଟୁରର ପ୍ରଥମେ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜରେ ପ୍ରଥମ ମ୍ୟାଚ୍ ସିଡନୀରେ ଖେଳାଯିବ। ଦୀର୍ଘ 21 ମାସ ପରେ ଅଷ୍ଟ୍ରେଲିଆ ମାଟିରେ ଏହି ଦୁଇ ଟିମ୍ ମଧ୍ୟରେ ସାମ୍ନାସାମ୍ନି ହେବାକୁ ଯାଉଛି।  ଶୁକ୍ରବାର ଖେଳାଯିବାକୁଥିବା ପ୍ରଥମ ଦିନିକିଆରେ ଭାରତ ତା’ର ଫେଭରିଟ୍ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ‘ହିଟମ୍ୟାନ୍’ ରୋହିତ୍ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇବ। ରୋହିତଙ୍କ ଅନୁପସ୍ଥିତି ଉଭୟ ଟିମ୍ ଓ ପ୍ୟାନଙ୍କ ପାଇଁ ବଡ଼ କ୍ଷତି । ସେପଟେ ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ରୋହିତ ଶର୍ମାଙ୍କ ଆହତ ସମସ୍ୟାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ଏବଂ ଏପେକ୍ଷା ଜାରି ରହିଛି। ଆସନ୍ତା କାଲି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ୯.୧୦ ମିନିଟରୁ ଆରମ୍ଭ ହେବ। ବିରାଟ୍ କୋହଲିଙ୍କ ଟିମ୍ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା। କରୋନା ମହାମାରୀ କାରଣରୁ ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଟିମ୍ ପକ୍ଷେ ଅଷ୍ଟ୍ରେଲିଆ ତା’ ନିଜ ମାଟିରେ ହରାଇବା ସହଜ ହେବନି। ଭାରତୀୟ ଟିମ୍ ନେଭି ବ୍ଲୁ ଜର୍ସିରେ ନଜର ଆସିବ। ୧୯୯୨ ୱାର୍ଲ୍ଡ କପରେ ଭାରତ ଏହି ରଙ୍ଗର ଜର୍ସୀ  ପିନ୍ଧୀ ପ୍ରତିଯୋଗିତାର ସପ୍ତମ ସ୍ଥାନରେ ରହିଥିଲା। ତେବେ ରୋହିତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଭାରତକୁ ହରାଇବାକୁ ଏହି ସିରିଜରେ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *