ଭଦ୍ରକ (୨୦.୦୧.୨୬) : ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସ ଯୁବ ଦିବସ ଠାରୁ ଜାନୁଆରୀ ୨୩ ତାରିଖ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକର ଯୁବ ଶକ୍ତି ମାନଂକ ମନରେ
ଜାଗରୁକତା, ଦେଶ ପ୍ରେମ ଓ ସାହସ ଭରି ଦେବା ଉଦ୍ଦେଶ୍ୟରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ର ନାଥ ରାଉତଙ୍କ ପରାମର୍ଶ କ୍ରମେ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ଓ ସମ୍ପାଦକ ସୁଦାମ ଭୂଇଁଙ୍କ ଆହ୍ଵାନରେ ବିଭିନ୍ନ ଛାତ୍ର ଓ ଛାତ୍ରୀ ନିବାସରେ ପାଠଚକ୍ରମାନ ଅନୁଷ୍ଠିତ ହେଉଛି । ଏହି କ୍ରମେରେ ଆଜି ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରତୀକ୍ଷା ଛାତ୍ରୀ ନିବାସରେ ଏହାର ସୁପରିଟେଣ୍ଡେଟ ଅଧ୍ୟାପକ ପ୍ରଫେସର ପଦ୍ମନାଭ ପତ୍ରୀଙ୍କ ଅନୁମତି କ୍ରମେ “ଯୁବ ମାନସ ଓ ବିବେକାନନ୍ଦଙ୍କ ବାଣୀ ‘ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଧ୍ୟାପିକା ତଥା ବିଶିଷ୍ଟ ସମାଜସେବୀ ଡଃ ରାଧାରାଣୀ ମହାପାତ୍ର, ମୁଖ୍ୟ ବକ୍ତା ବଣାଇ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ ଲକ୍ଷ୍ମୀଧର ରାଉତ, ରୋଟାରୀଆନ ଅଭିଜିତ ନାୟକ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ଶିକ୍ଷକ ଗିରିଧାରୀ ପାତ୍ର ଯୋଗ ଦେଇଥିଲେ। ପ୍ରତୀକ୍ଷା ଛାତ୍ରୀ ନିବାସର ତିନି ଶହ ଛାତ୍ରୀଙ୍କୁ ସ୍ୱାମୀଜୀଙ୍କ ବାଣୀର ଉଦ୍ଦାତ୍ତ ମହାନତା ଓ ସ୍ବଦେଶ ମନ୍ତ୍ରର ଉତ୍ସାରିତ ବାର୍ତ୍ତା ଦେଇଥିଲେ ଅତିଥି ମାନେ। କେବଳ ଆତ୍ମ ସ୍ବାର୍ଥ ନୁହେଁ, ଜଗତ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିବାର ଭାବନା ସମ୍ପର୍କରେ ପିଲାମାନେ ଆଗ୍ରହର ସହିତ ଶୁଣିଥିଲେ। ଆଜିର ସମାଜରେ ଯୁବ ଶକ୍ତି ପାଇଁ ଉପଯୁକ୍ତ ମାର୍ଗଦର୍ଶନର ଆବଶ୍ୟକତା ଉପଲବ୍ଧି କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ। ଶିକ୍ଷକର ଅବସର କଣ ? ପିଲାଙ୍କ ମନରେ ଦୃଢ଼ ଆତ୍ମ ବିଶ୍ୱାସ ସୃଷ୍ଟି କରିବାରେ ଲକ୍ଷ୍ୟରେ ଆମେ ଏଠାକୁ ଆସିଛୁ ବୋଲି ଅତିଥି ଗଣ କହିଥିଲେ । ବିଶେଷ କରି ହଷ୍ଟେଲ କର୍ତ୍ତୃପକ୍ଷ ଶ୍ରଦ୍ଧାର ସହିତ ଏ ସୁନ୍ଦର ଅବସର ଦେଇ ଥିବାରୁ କଲେଜ ଅଧ୍ୟକ୍ଷ ଓ ତତ୍ବାବଧାରକଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ ବିଦ୍ୟାର୍ଥୀ ବିକାଶ ମଞ୍ଚର ଉପଦେଷ୍ଟାମାନେ। ଶେଷରେ ସମସ୍ତ ଅତିଥି, ଛତ୍ରୀ ନିବାସ ସୁପରିଟେଣ୍ଡେଟ ଅଧ୍ୟାପକ ପ୍ରଫେସର ପଦ୍ମନାଭ ପତ୍ରୀ ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ବାଳ ।