ଭାରତକୁ ଆମେରିକାର ଚେତାବନୀ: ଋଷିଆ ଠାରୁ ଏସ୍‌-୪୦୦ କିଣିଲେ ପରିଣାମ ଭୋଗିବ

ଭାରତକୁ ଆମେରିକାର ଚେତାବନୀ, ଋଷିଆ ଠାରୁ ଏସ୍‌-୪୦୦ କିଣିଲେ ଲାଗିବ କଠୋର କଟକଣା।ଋଷିଆଠାରୁ ଏସ୍‌-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦକୁ ନେଇ କଡ଼ା ଚେତାବନୀ ଶୁଣାଇଛି ଆମେରିକା । ଭାରତ ଯଦି ଋଷିଆ ଠାରୁ ଏସ୍-୪୦୦ କିଣେ ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଆମେରିକା କହିଛି। ନିକଟରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏସ୍‌-୪୦୦ କିଣିଲେ ଭାରତକୁ ଆର୍ଥିକ କଟକଣା ଲଗାଯାଇ ପାରେ। ସେ କହିଛନ୍ତି, ଯେ ଆମେରିକୀୟ କଂଗ୍ରେସ ଦ୍ୱାରା ଭାରତକୁ ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦିଆଯିବା ଅର୍ଥ ଏହା ନୁହେଁ ଯେ ଭାରତ ସବୁ ପ୍ରକାରର କଟକଣାରୁ ଛାଡ଼ ପାଇଯିବ। ତେବେ ସେ କହିଛନ୍ତି ଭାରତ ହାତକୁ ଏସ-୪୦୦ ଆସିଲେ ତାହା ଆମେରିକା ପ୍ରତି କେତେ ବିପଦ ସୃଷ୍ଟି କରିବ ତାହାର ସମୀକ୍ଷା କରାଯିବ ଓ ତାପରେ ହିଁ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *