ସଂଘର୍ଷରେ ସହିଦ ହେଲେ ଦୁଇ ଓଡ଼ିଆ ଯବାନ

ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ସୈନିକ ସାମିଲ ଥିବା ଜଣା ପଡିଛି। ଜଣେ ସହିଦଙ୍କ ଘର ରାଇରଙ୍ଗପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କନ୍ଧମାଳ ବୋଲି ଜଣା ପଡିଛି। ନନ୍ଦୁରାମ ସୋରେନ୍ ବିହାର ରେଜିମେଣ୍ଟ-୧୬ରେ ସାମିଲ ଥିଲେ। ସେହିଭଳି ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ସହିଦ ହୋଇଛନ୍ତି। ଚନ୍ଦ୍ରକାନ୍ତଙ୍କ ବୟସ ୨୮ । ତାଙ୍କ ଘର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର  ବିଅରପାଙ୍ଗା ଗାଁ । ସେ ବିହାର ରେଜିମେଣ୍ଟ-୧୬ରେ କାର୍ଯ୍ୟ କରୁଥିଲେ । ୬ ବର୍ଷ ତଳେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ। ସେପଟେ ଭାରତୀୟ ସେନାର ପାଲଟା ଆକ୍ରମଣରେ ଚୀନ୍‌ ସେନାର ଉଲ୍ଲେଖଯୋଗ୍ୟ ସଂଖ୍ୟକ ସୈନିକ ପ୍ରାଣ ହରାଇଛନ୍ତି। ୩୫ରୁ ଅଧିକ ଚୀନ୍ ସୈନିକ ମରିଥିବା ଆମେରିକୀୟ ଗୁଇନ୍ଦା ଏଜେନ୍ସି ସି ଆଇ ଏ ଦାବି କରିଛି ।ଏହାଛଡ଼ା ସମ୍ପୃକ୍ତ ଅଞ୍ଚଳରେ ଅଧିକ ସଂଖ୍ୟକ ଆମ୍ବୁଲାନ୍‌ସ୍ ଏବଂ ହେଲିକପ୍ଟର୍ ଚଳାଚଳ ମଧ୍ୟ ଦେଖାଯାଉଛି। ଏହି ସଂଘର୍ଷରେ କେତେ ସଂଖ୍ୟକ ଚୀନ୍ ସୈନିକ ମୃତାହତ ହୋଇଛନ୍ତି ତାହା ସୁନିଶ୍ଚିତ କରି କୁହା ନ ଯାଇ ପାରିଲେ ମଧ୍ୟ ୪୦ ଟପି ଥାଇ ପାରେ ବୋଲି ଅନୁମାନ କରାଯାଉଛି। ମୃତ ସୈନିକମାନଙ୍କ ମଧ୍ୟରେ ଚୀନ୍ ସେନାର ଜଣେ କମାଣ୍ଡିଙ୍ଗ୍ ଅଫିସର୍ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *