କରୋନା ଭାଇରସ ଯୋଗୁ ଆମେରିକା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାରି ଭିତରେ ୨୯ ଲକ୍ଷ ଡଲାର ଭାରତକୁ ପଠାଇଛନ୍ତି ଟ୍ରମ୍ପ ସରକାର। ଦିଲ୍ଲୀରେ ଥିବା ଆମେରିକା ଦୂତାବାସ ଏହି ସୂଚନା ଦେଇଛି। ଆମେରିକାର ଏଭଳି ସହଯୋଗ ପଛରେ ଭିନ୍ନ ଏକ ଉଦ୍ଦେଶ୍ୟ ଲୁଚି ରହିଥିବା କୁହାଯାଉଛି। କରୋନା ଅମେରିକାରେ ସର୍ବାଧିକ କ୍ଷତି ପହଞ୍ଚାଇଛି। ଏଠାରେ ଆକ୍ରାନ୍ତାଙ୍କ ସଂଖ୍ୟା 3 ଲକ୍ଷ 37 ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି 10 ଛୁଇଁଛି। ଆମେରିକାର ଏଭଳି ସ୍ଥିତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ ଚଲାଇଛନ୍ତି। କରୋନା ଆକ୍ରାନ୍ତଙ୍କ ଶରୀରରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହେଉଥିବା ଆମେରିକାର ଗବେଷକ ଦାବି କରୁଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବର୍ତ୍ତମାନ କେବଳ ଭାରତ ପାଖରେ ରହିଛି। ସେପଟେ ଦେଶରେ ମୋଦି ସରକାର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ରୋକ୍ ଲଗାଇବା ପରେ ଆମେରିରା ଏବଂ ଅନ୍ୟାନ୍ୟ ଦେଶ କିନ୍ତୁ ଆମଦାନୀ ପାଇଁ ନିବେଦନ କରିଛନ୍ତି।