ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ୍ ଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ୨୦୨୧ର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା କରାଇବାରେ ମୁଖ୍ୟ ସୂତ୍ରଧର ଲାଗି ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି। ନରୱେର ସଂସଦ ଖ୍ରୀଷ୍ଟିଆନ୍ ଟାଇବ୍ରିଙ୍ଗ୍-ଗଜେଡ୍, ଟ୍ରମ୍ପଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।ଟାଇବ୍ରିଙ୍ଗ୍-ଗଜେଡ୍ କହିଛନ୍ତି, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ। ଟ୍ରମ୍ପ କେବଳ ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଶାନ୍ତିର ବୁଝାମଣା କରିନାହାନ୍ତି ବରଂ ଉତ୍ତର କୋରିଆ ଓ ଇରାନ୍ ସହ ମଧ୍ୟ ଶାନ୍ତିର ବାର୍ତ୍ତା କରାଇବାକୁ ଅପିଲ୍ କରିଛନ୍ତି, ଯାହା ଅତ୍ୟନ୍ତ ପ୍ରଶଂସନୀୟ। ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଶତ୍ରୁତାକୁ ଶେଷ କରିଛନ୍ତି, ଯାହା ଶାନ୍ତି ପୁରସ୍କାର ପାଇଁ ଯଥେଷ୍ଟ।ଖ୍ରୀଷ୍ଟିଆନ୍ ଟାଇବ୍ରିଙ୍ଗ୍ କହିଛନ୍ତି, ବିଶ୍ୱରେ ଶାନ୍ତି ସ୍ଥାପନ କରିବା ପାଇଁ ଟ୍ରମ୍ପ ଯେଉଁ ପ୍ରୟାସ କରନ୍ତି, ସେଥିପାଇଁ ତାଙ୍କ ନାଁକୁ ଏହି ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଟ୍ରମ୍ପ ଏହି ପୁରସ୍କାର ପାଇଁ ମଧ୍ୟ ଦାବିଦାର। ମିଡିଲ୍ ଇଷ୍ଟରୁ ହଜାର ହଜାର ସଂଖ୍ୟକ ଆମେରିକୀୟ ସୈନିକଙ୍କୁ ଟ୍ରମ୍ପ ଡାକରା ଦେଇଥିଲେ, ତାହା ପ୍ରଶଂସନୀୟ। କେବଳ ଏତିକି ନୁହେଁ, ଟ୍ରମ୍ପ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଚାଲିଥିବା ବିବାଦକୁ ମଧ୍ୟ ସମାଧାନ କରିବାକୁ ପ୍ରୟାସ କରିଛନ୍ତି।ସୂଚନାଯୋଗ୍ୟ, ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ନୋବେଲ୍ ପାଇଁ ମନୋନୀତ ହେବା ନିଶ୍ଚିତ ଭାବେ ଟ୍ରମ୍ପଙ୍କ ପାଇଁ ଫାଇଦା ହେବ। ଏହା ପୂର୍ବରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାମ ଓବାମାଙ୍କୁ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ତେବେ ଟ୍ରମ୍ପଙ୍କୁ ପ୍ରଥମଥର ଏହି ପୁରସ୍କାର ପାଇଁ ମନୋନୀତ କରାଯାଇନାହିଁ। ଏହା ପୂର୍ବରୁ ୨୦୧୮ରେ କିମ୍ ଜଙ୍ଗ ଉନଙ୍କ ସହ ସମ୍ମିଳନୀ କରିବା ନେଇ ତାଙ୍କୁ ନୋବେଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ହେଲେ ସେତେବେଳେ ଟ୍ରମ୍ପଙ୍କୁ ଏହି ସମ୍ମାନ ମିଳିନଥିଲା।

Leave a Reply

Your email address will not be published. Required fields are marked *