ସାଗରିକାଙ୍କ ସ୍କାନରରେ ‘ସହରୀ ବାଘ’

ଟ୍ରାଫିକ୍ ପୋଲିସ ପଞ୍ଝାରେ ‘ଟାଉନ୍ ଟାଇଗର’ । ‘ଟାଉନ୍ ଟାଇଗର’କୁ କାବୁ କରିଛି ଟ୍ରାଫିକ୍ ପୋଲିସ। ଫୁଲନଖରାର ଗୌରହରି ସାହୁ ନାମକ ଜଣେ ବ୍ୟକ୍ତି ନିଜ ଗାଡିରେ ଫ୍ୟାନ୍ସି ନମ୍ବର ରଖିବା ସହ ‘ଟାଉନ୍ ଟାଇଗର’ ଲେଖିଥିଲେ। ଯାହା ଫଳରେ ଏଥିପାଇଁ ତାଙ୍କୁ 500 ଟଙ୍କା ଜୋରିମାନା ଦେବାକୁ ପଡିଛି। ଫ୍ୟାନ୍ସି ନମ୍ବର ସାଙ୍ଗକୁ ଟାଉନ ଟାଇଗର ଲେଖି ଗାଡି ଚଳାଉଥିବା ଏହି  ଗାଡି ଚାଳକଙ୍କ ଠାରୁ ପୋଲିସ ଫାଇନ କାଟିଛି। ଟ୍ରାଫିକ ପୋଲିସର ନଜର ପଡିବା ପରେ ଟ୍ରାକ କରି ଅଧା ବା଼ଟରେ ପୋଲିସ ଅଟକାଇଥିଲା ଗୌରହରି ସାହୁଙ୍କୁ। ଯାଞ୍ଚ ବେଳେ କାଗଜପତ୍ର ଠିକ ଥିବା ବେଳେ ନୂଆ ନିୟମ ଅନୁସାରେ ଗାଡିରେ ଫ୍ୟାନ୍ସି ନମ୍ବର ଓ ଟାଉନ ଟାଇଗର ଲେଖା ଥିବାରୁ ୫୦୦ ଟଙ୍କା ଫାଇନ ଆଦାୟ ହୋଇଛି। ଚାଲାଣ କାଟିବା ପରେ  ଲୋକଙ୍କୁ ଫ୍ୟାନ୍ସି ନମ୍ବର ଗାଡିରେ ନ ବ୍ୟବହାର କରିବାକୁ ଅପିଲ କରିଛନ୍ତି ଟ୍ରାଫିକ ଡିସିପି।

Leave a Reply

Your email address will not be published. Required fields are marked *