ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ। ଏହିଦିନ ଲୋକଙ୍କୁ ସକାଳ ୭ଟାରୁ ରାତି ୯ଟା ଯାଏ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବା। ଏ ସଂପର୍କରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ଘରୋଇ ବସ ବନ୍ଦ ରହିବ ବୋଲି କୁହାଯାଇଛି। ରବିବାର ଦିନ ରାଜ୍ୟବ୍ୟାପୀ ଦୋକାନ ବଜାର ମଧ୍ୟ ବନ୍ଦ ରହିବ। ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ଉପରେ ଲାଗିଲା ଅଙ୍କୁଶ ଲାଗିଛି।