ପାକିସ୍ତାନର ଅର୍ଥନୀତି ଏବେ ଦୟନୀୟ ଅବସ୍ଥାରେ ଗତି କରୁଛି। ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହାନ୍ତି ଇମ୍ରାନ ସରକାର। ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରୁ ନ ଥିବାରୁ ବିଦେଶରୁ ଆମଦାନୀ ଉପରେ ଭରସା କରିଥାଏ ପାକ୍। ହେଲେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ପାଇଁ କୌଣସି ଦେଶ ପାକିସ୍ତାନ ସହ ବେବସାୟୀକ ସମ୍ପର୍କ ରଖିବାକୁ ମନବଳଉ ନାହାଁନ୍ତି। ପାକିସ୍ତାନରେ ଏବେ ଡାଲି କିଲୋ ୨୬୦ ଟଙ୍କାରେ ପହଞ୍ଚିଥିବା ବେଳେ ଲୋକେ ଟମାଟୋ କିଲୋ ପିଛା ୪୨୫ ଟଙ୍କାରେ କିଣୁଛନ୍ତି। ଦରଦାମ ଆକାଶ ଛୁଆଁ ସ୍ଥିତିରେ ପହଞ୍ଚି ଯାଇଛି, ଯାହା ପାକିସ୍ତାନୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାକିସ୍ତାନର ଟମାଟୋ ଦର ଏତେ ଟପିଯାଇଛି ଯେ ଭାରତରେ ଗୋଟିଏ ଦିନର ହୋଟେଲ ଚାର୍ଜ ଠାରୁ ବି ଅଧିକ ହୋଇଯାଇଛି। ଭାରତରେ ଆଜିର ଦିନରେ ବି ୪୦୦ ଟଙ୍କାରେ ୨୪ ଘଣ୍ଟା ପର୍ଯ୍ୟନ୍ତ OYO ରୁମରେ ରହିପାରିବେ।
ହେଲେ ପାକିସ୍ତାନରେ ବର୍ଦ୍ଧିତ ଦର ଯୋଗୁଁ ଗରୀବ ଲୋକଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ପାକିସ୍ତାରେ ଏବେ ଗରିବ ଲୋକ ଭାତରେ ଡାଲି ମିଶାଇ ଖାଇବାକୁ ପାଉ ନାହାନ୍ତି । କାରଣ ଡାଲି ଦର କିଲୋ ପିଛା ୨୬୦ ଟଙ୍କାରେ ପହଞ୍ଚିଛି। ପାକିସ୍ତାନର ଖବରକାଗଜ ‘ଡନ’ର ରିପୋର୍ଟ ଅନୁସାରେ ଖୁଚୁରା ବଜାରରେ ମୁଗ ଡାଲି ୨୨୦ ରୁ ୨୬୦ ଟଙ୍କାରେ ବିକ୍ରି ହେଉଛି। ଚଣା ଡାଲି କିଲୋ ପିଛା ୧୬୦ ଟଙ୍କା । ଏହା ବ୍ୟତୀତ ଚିନି କିଲୋ ପିଛା ଦର ରହିଛି ୭୫ ଟଙ୍କା। ପାକିସ୍ତାନରେ ଦରଦାମ ବିଗତ ୯ ବର୍ଷ ମଧ୍ୟରେ ରେକର୍ଡ ସ୍ତରରେ ପହଞ୍ଚିଛି। ପାକିସ୍ତାନରେ ଟମାଟୋ କିଲେ ଏବେ ୪୨୫ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହା ଶେହ ତଳେ ଥିଲା।