ମେ’ଫେୟାରରେ ଭାରତୀୟ ଅଧିନାୟକଙ୍କ ଲକି ରୁମ୍ କେଉଁଟା ଜାଣିଛନ୍ତି?:ଯାହା ଅନ୍ୟ କାହାକୁ ଦିଆଯାଏ ନାହିଁ

ଦୀର୍ଘ ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ଦିନିକିଆ। ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।। ସେପଟେ ମ୍ୟାଚର ଦୁଇ ଦିନ ପୂର୍ବରୁ ଭାରତୀୟ ଟିମ୍ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କଡ଼ା ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ମେ’ଫେୟାର ହୋଟେଲକୁ ନିଆଯିବର ବ୍ୟବସ୍ଥା କରାଯାଇଛି। ସେଠାରେ ଖେଳାଳିଙ୍କୁ ଏଥର ଏକ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା। ଏହାପରେ ଖେଳାଳିଙ୍କ ପସନ୍ଦ ଅନୁସାରେ ରହିବା ଓ ଖାଇବା ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଥମଥର ପାଇଁ ଭୁବନେଶ୍ୱରର ମେ ଫେୟାରରେ ଟିମ୍ ଇଣ୍ଡିଆର ଖେଳାଳି ୫ ଦିନ ରହିବେ। ଏଠାରେ ସମସ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ହୋଟେଲ ପକ୍ଷରୁ ଅତିଥିଙ୍କ ସତ୍କାର ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି। ଉଭୟ ଟିମ୍‌ ଓ ଅଫିସିଆଲ ମାନଙ୍କ ପାଇଁ ହୋଟେଲରେ ୯୦ଟି ରୁମ୍ ବୁକ୍‌ ରହିଛି। ୧୬ତମ ଥର ପାଇଁ ଭାରତୀୟ ଦଳ ମେ ଫେୟାର ହୋଟେଲରେ ରହିବାକୁ ଯାଉଛନ୍ତି। ଭାରତୀୟ ଟିମ୍‌ ସହ ଅନ୍ୟ ଦଳ ମଧ୍ୟ ଏହି ହୋଟେଲେ ରହିଆସୁଛନ୍ତି।

ଦିନ ୨ଟା ଠାରୁ ଆରାଇଭାଲ କରିବେ ସମସ୍ତ ଖେଳାଳି । ହୋଟେଲରେ ୯ଟି ରେସ୍ତୋରାଁ ରହିଛି । ଯେଉଁଠି ସମସ୍ତ ଖେଳାଳିଙ୍କ ମନ ପସନ୍ଦର ଖାଇବା ଉପଲବ୍ଧ ରହିଛି । କେଉଁ ଖେଳାଳିଙ୍କୁ କେଉଁ ରେସ୍ତୋରାଁ ପସନ୍ଦ ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ।

ସେପଟେ ଖେଳାଳିଙ୍କ ପସନ୍ଦ ନାପସନ୍ଦକୁ ମଧ୍ୟ ହୋଟେଲ ପକ୍ଷକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ଖେଳାଳିଙ୍କ ଯେଉଁ ରୁମ ପସନ୍ଦ ତାଙ୍କ ପାଇଁ ସେହି ରୁମ ବୁକ ହୋଇଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି। 134 ନମ୍ବର ରୁମରେ ବିରାଟ ରହିବେ, ଏହି ରୁମଟି ତାଙ୍କ ନାଁରେ ବୁକ ହୋଇଛି। ସେ ଯେତେଥର ଓଡ଼ିଶା ଖେଳିବାକୁ ଆସିଛନ୍ତି ସବୁଥର ମେ ଫେୟାରର ସେହି ରୁମରେ ରହିଛନ୍ତି । ବିରାଟଙ୍କ ଭଳି ରୋହିତ ଶର୍ମାଙ୍କର ପ୍ରିୟ ରୁମ ହେଉଛି ୧୨୩ ନମ୍ବର ।

Leave a Reply

Your email address will not be published. Required fields are marked *