ସବୁ ଅପେକ୍ଷାରେ ଅନ୍ତ ହେବାକୁ ଯାଉଛି। ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେ। ହୋଇଛି। ଷ୍ଟାଡ଼ିୟମ ବି ପ୍ରସ୍ତୁତି, ଖେଳାଳି ବି ପ୍ରସ୍ତୁତ କେବଳ ମ୍ୟାଚକୁ ଅପେକ୍ଷା। ବାରବାଟୀ ଭାରତ ପାଇଁ ଏକ ଲକି ଷ୍ଟାଡିୟମ ଭାବେ ଗାଣା ଯାଏ। ବାରବାଟୀରେ ରବିବାର ୨୧ତମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଠାରେ ଭାରତ ୧୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର’ ହୋଇଛି। ବାରବାଟୀରେ ଦୁଇଟି ଟି-୨୦ ମ୍ୟାଚର ଆୟୋଜନ ହୋଇଛି। ଏଥିରୁ ଭାରତ ଗୋଟିଏରେ ଜିତିଥିବା ବେଳେ ଗୋଟିଏରେ ହାରିଛି। ସେହିପରି ଇଂଲଣ୍ଡ ଦ୍ୱିତୀୟ ଦଳ ଭାବେ ବାରବାଟୀରେ ସର୍ବାଧିକ ମ୍ୟାଚ୍ ଖେଳିଛି। ଇଂଲଣ୍ଡ ଏଠାରେ ୬ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ୩ଟିରେ ଜିତିଥିବା ବେଳେ ୩ଟିରେ ହାରିଛି। ତେବେ ୱେଷ୍ଟଇଣ୍ଡିଜ୍ ଏଠାରେ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି।