କୌଣସି ମୁହୂର୍ତ୍ତରେ ସନ୍ନ୍ୟାସ ନେଇପାରନ୍ତି ଧୋନୀ: ସଚିନ ତେନ୍ଦୁଲକର ଦେଲେ ବଡ ବୟାନ

ଖୁବଶୀଘ୍ର କ୍ରିକେଟର୍ ଏମ.ଏସ ଧୋନୀ ଅବସର ନେଇପାରନ୍ତି । ଏଭଳି ଖବରକୁ ନେଇ ଏବେ ସୋସିଆଲ ମଡିଆ ସହ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମୁହୂର୍ତ୍ତରେ ରନ ଆଉଟ ହେବା ପରେ ମ୍ୟାଚର ମୋଡ ବଦଳି ଯାଇଥିଲା । ପରେ ଭାରତ ଜିତିବା ମ୍ୟାଚକୁ ହାରି ଯାଇଥିଲା । ଏହା ପରେ ଧୋନୀ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲ । କେବଳ ଏତିକି ନୁହେଁ ବିଶ୍ୱକପରେ ଧୋନୀଙ୍କ ଖରାପ ପ୍ରଦର୍ଶନ ଓ ଧୀମା ବ୍ୟାଟିଂକୁ କ୍ରିକେଟ୍ ବିଶେଷଜ୍ଞ କ୍ରମାଗତ ସମାଲୋଚନା କରୁଛନ୍ତି ।

ଅନ୍ୟପଟେ କିନ୍ତୁ କ୍ରିକେଟର ଭଗବାନ ସଚିନ କହିଛନ୍ତି ଧୋନୀ ସନ୍ନ୍ୟାସ ନେବେ କି ନାହିଁ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ସମସ୍ତେ ଧୋନୀଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ। ସଚିନ କହିଛନ୍ତି ଭାରତୀୟ କ୍ରିକେଟ୍ ପାଇଁ ଧୋନୀଙ୍କ ଭୂମୀକା ଅତୁଳନୀୟ । ଏଭଳି ସ୍ଥିତିରେ ଆମେ ଧୋନୀଙ୍କ ଅବସର କଥା ଚିନ୍ତା ନ କରି ତାଙ୍କ ଦ୍ୱାରା ବଢିଥିବା ଦେଶର ସମ୍ମାନ କଥା ଚିନ୍ତା କରିବା ଉଚିତ ।

Leave a Reply

Your email address will not be published. Required fields are marked *