ବଲାଙ୍ଗୀରରେ ବାଘ ବୁଲୁଛି: ରାତି ହେଲେ ଲୋକଙ୍କ ଘରେ ପଡୁଛି ତାଟି କବାଟ, ଦେଖନ୍ତୁ ଭିଡିଓ

ବଲାଙ୍ଗୀର ସଇଁତଳା ଗୋଳାବାରୁଦ କାରଖାନାରେ ପୁଣି ଚିତା ବାଘ ଆତଙ୍କ | ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଚିତାବାଘ କାରଖାନାର ଷ୍ଟାଫ୍ଫ କ୍ୱାଟସ ପରିସରରେ ବୁଲୁଥିବା ନେଇ ଜଣେ କର୍ମଚାରୀ ଦେଖିଥିଲେ | ବାଘଟି ବହୁ ସମୟ ଧରି ଗୋଟିଏ ସ୍ଥାନରେ ବୁଲୁଥିବାରୁ ତାଙ୍କ ମୋବାଇଲରୁ ଭିଡ଼ିଓ ଉଠାଇଥିଲେ | ଏନେଇ ପୁଣି କାରଖାନାର ଜଣବସତି ଅଂଚଳରେ ବାଘର ଗତିବିଧି ଦେଖି କର୍ମଚାରୀ ମହଲରେ ଭୟର ବାତାବରଣ ସୄଟି ହୋଇଛି | ଏନେଇ ଆଜି ସକାଳୁ ଭିଡ଼ିଓ ଭାଇରଲ ହେବା ସହ ସ୍ଥାନୀୟ କର୍ମଚାରୀ ମାନେ ଅଭିଯୋଗ କରିବା ପରେ ବଲାଙ୍ଗୀର ଡ଼ିଏଫଓ ସମୀର ଶତପଥି ଙ୍କ ନିର୍ଦେଶରେ ଜଣେ ଫରେଷ୍ଟର ଓ ଦୁଇ ଜଣ ଫରେଷ୍ଟଗାଡ଼ ଘଟଣା ସ୍ଥଳକୁ ଯାଇ  ତଦନ୍ତ କରିବା ସହ ବାଘ ଗତିବିଧି ଉପରେ ନଜର ରଖିଛନ୍ତି | ବାଘଟି ଜଂଗଲରେ ଖାଦ୍ୟ ନ ପାଇଁ  ଜନବସତି ଅଂଚଳକୁ ଚାଲି ଆସିଥିବା ବନ ବିଭାଗ ଅନୁମାନ କରୁଛି | ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କକୁଆ ଭୟ ଦେଖା ଦେଇଛି। ଗତ ବର୍ଷ ଦୁଇଟି ଚିତାବାଘ କାରଖାନା ପରିସରରେ ବୁଲୁଥିବା ଭିଡ଼ିଓ ଭାଇରଲ ହୋଇଥିଲା | ଗତ ଜାନୁଆରୀ ମାସରେ କାରଖାନା ଭିତରେ ଗୋଟିଏ ବାଘର ମୃତ ଠାବ ହୋଇଥିଲା |

Leave a Reply

Your email address will not be published. Required fields are marked *