ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: କମନୱେଲ୍ଥ ଟେବୁଲ ଟେନିସ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ

ଆଜିଠୁ ଆରମ୍ଭ ହୋଇଛି କମନୱେଲ୍ଥ ଟେବୁଲ ଟେନିସ ପାଇଁ ଟିକେଟ୍‌ ବିକ୍ର । ଅନଲାଇନରେ ଏହି ଟିକେଟ ମିଳୁଛି। paytm.com ଓ Insider.in ସାଇଟରେ ଏହି ଟିକେଟ ଉପଲବ୍ଧ । ଆସନ୍ତା ଜୁଲାଇ ୧୭ରୁ ୨୨ ତରିଖ ପର‌୍ୟ୍ୟନ୍ତ କଟକର ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମର ଏହି ପ୍ରତିଯୋଗିତା ଖେଳାଯିବ। ଟିକେଟ ହତେଇଥିବା ବ୍ୟକ୍ତି ୧୫ ତାରିଖ ଠାରୁ ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମର ବକ୍ସ ଅଫିସ ନିକଟରୁ ଟିକେଟ ରିଡିମ କରିପାରିବେ। ଟିକେଟର ଦାମ ୫୦ ଓ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସମ୍ପୂର୍ଣ୍ଣ ୬ ଦିନ ପାଇଁ ଜଣେ ଚାହିଁଲେ ଏକାକାଳିନ ଗୋଟିଏ ଟିକେଟ୍‌ କିଣିପାରିବେ। ଏହି ଟିକେଟର ମୂଲ୍ୟ ୨୦୦ରୁ ୪୦୦ ରଖାଯାଇଛି। ଏହି ପ୍ରତିଯୋଗିତା ପାଇଁ ୧୪ଟି ଦେଶର ୨୦୦ ଖେଳାଳି ଅଶଂଗ୍ରହଣ କରିବେ।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗତାକୁ ସଫଳ କରିବା ପାଇଁ କ୍ରୀଡା ସଚିବ ବିଶାଲ ଦେବ ଓ କ୍ରୀଡା ନିର୍ଦ୍ଦେଶକ ଭିନୀଲ କ୍ରୀଷ୍ଣା ଦିନରାତି ଏକ କରି ଲାଗିପଡିଛନ୍ତି। ଆଶା କରାଯାଉଛି ରାଜ୍ୟ କ୍ରୀଡା ବିଭାଗର ଅକ୍ଲାନ୍ତ ପରିଶ୍ରମରେ ହକି ପରି କମନୱେଲ୍ଥ ଟେବୁଲ ଟେନିସ ଗେମ ମଧ୍ୟ ରାଜ୍ୟ ପାଇଁ ଆଣିବ ଅନେକ ପ୍ରଶଂସା ।

cuttack will be sports hub

Leave a Reply

Your email address will not be published. Required fields are marked *