ସାର୍ ହେବତ ଏମିତି: ଦେଖନ୍ତୁ ଭିଡିଓ, ଛାତ୍ରଛାତ୍ରୀଙ୍କୁ କିପରି ଶ୍ରେଣୀ ଗୃହରେ ପାଠ ପଢାଉଛନ୍ତି ଏହି ଶିକ୍ଷକ

ସାଧାରଣତଃ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର  ସ୍ୱାଭିମାନ ଅଂଚଳର ଶିକ୍ଷକ ମାନେ ଅନେକ ବାହାନା କରି ବିଦ୍ୟାଳୟକୁ ଆସନ୍ତି ନାହିଁ, ଶିକ୍ଷାଦାନରୁ ଦୂରେଇ ରହନ୍ତି। କିନ୍ତୁ ଏହି ଅଞ୍ଚଳରେ ଏମିତି ଜଣେ ଶିକ୍ଷକ ଅଛନ୍ତି ଯିଏ ଛାତ୍ରଛାତ୍ରୀଙ୍କୁ ନାଚି ନାଚି ପାଠ ପଢ଼ାଉଛନ୍ତି। ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚୟତର ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା ଏଭଳି ନାଚ ଗୀତ ସହ ପାଠ ପଢ଼ଉଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନକୁ ସ୍ୱାଭିମାନ ଅଂଚଳରେ ବେଶ ପ୍ରଶଂସା କରାଯାଇଛି। ପୂର୍ବରୁ ଏହି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ ଅସୁନଥିବା ଓ ପଢାପଢି ହେଉନଥିବା ଅଭିଯୋଗ କରି ଆଦିବାସୀ ମେଳି କରାଯାଇଥିଲା। ହେଲେ ହରିହର ବେହେରାଙ୍କ ଏଭଳି ପ୍ରୟାସ ଅନେକ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସହ ବିଦ୍ୟାଳୟକୁ ଆସିବା ପାଇଁ ଆକୃଷ୍ଟ କରିଛି। କିଛିଦିନ ପୂର୍ବେ କୋରାପୁଟରେ ଜଣେ ଡ୍ୟାନ୍ସିଂ ଶିକ୍ଷକଙ୍କ ବିଷୟରେ ଆପଣ ଜାଣିଥିଲେ। ଯିଏ ମନୋରଂଜନ ମାଧ୍ୟମରେ ନାଚି କୁଦି ପିଲାଙ୍କୁ ପାଠ ପଢାଇବା ସହ ସେମାନଙ୍କୁ ସ୍କୁଲ ମୁହାଁ କରିବାକୁ ଅଭିନବ ପ୍ରୟାସ କରି ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟିଯାଇଥିଲେ।

Leave a Reply

Your email address will not be published. Required fields are marked *