କାଳିଆ ଟଙ୍କା ପାଇଁ ହରଡଘଣାରେ ସରକାର: ସୁପ୍ରିମକୋର୍ଟଙ୍କ ନୋଟିସ

ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଯୋଜନାର ଘୋଷଣାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମର୍ମରେ ଓଡ଼ିଶା ସରକାର ମଧ୍ୟ ନୋଟିସ୍‌ ପାଇଛନ୍ତି। ଚାଷୀଙ୍କ ପାଇଁ କାଳିଆ ଯୋଜନା ଲାଗୁ କରିଥିବାରୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ କରିଛନ୍ତି। କାଳିଆ ଭଳି ପିଏମ୍‌ କିସାନ ଯୋଜନା ଲାଗୁ କରିଥିବାରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ ଓ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବା ଊଈଞ ଯୋଜନାରେ ଏହି ଅର୍ଥ ଦିଆଯାଇ ଜନମତକୁ ପ୍ରଭାବିତ କରାଯାଇଥିବା ଅଭିଯୋଗ ହୋଇଛି । ତେବେ କାଳିଆ ଓ ପିଏମ କିଷାନ ଯୋଜନାର ଭବିଷ୍ୟତ ଏବେ ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *