ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ଏନେଇ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୨୦ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ପଶ୍ଚିମବଙ୍ଗ ଦୀଘା ଓ ବାଙ୍ଗଲାଦେଶ ହାତୀଆ ଦେଇ ଅମ୍ଫାନ ଗତି କରିବ । ପଶ୍ଚିମବଙ୍ଗର ୨୪ପ୍ରଗଣା, ମେଦିନା, ହୁଗୁଳି, ହାୱଡ଼ା ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ଓଡ଼ିଶାର ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ। ସମୁଦ୍ରରୁ ସ୍ଥଳଭାଗକୁ ଆସିବା ପରେ ଅମ୍ଫାନ ଧିରେ ଧିରେ ଦୁର୍ବଳ ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ୧୯୯୯ର ମହାବାତ୍ୟା ପରେ ଅମ୍ଫାନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ୧୯୯୯ ମହାବାତ୍ୟା ୩୦ ଘଣ୍ଟା କାଳ ତାଣ୍ଡବ ରଚାଇଥିଲା ଏହା ସବୁଠୁ ଭୟଙ୍କର ଥିଲା ବୋଲି ସେ କହିଛନ୍ତି। ତେବେ ଅମ୍ଫାନ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ସୂଚନା ଦେଇ କହିଛନ୍ତି ଯେ, ଅମ୍ପନ ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ। ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା। ଓଡ଼ିଶାରେ ମାଡ଼ ହେବନି, ବରଂ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା।