ସମୁଦ୍ର ଭିତରେ ଦୁର୍ବଳ ହେଉଛି ମହାବାତ୍ୟା ଅମ୍ଫାନ

ସମୁଦ୍ର ଭିତରେ ଦୁର୍ବଳ ହେଉଛି ମହାବାତ୍ୟା ଅମ୍ଫାନ। ଏହା ଧୀରେ ଧୀରେ ଶକ୍ତି ହରାଉଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମ୍‌ଡି ଡିଜି ଦେଇଥିବା ସୂଚନା ଅନୁସାରେ ମହାବାତ୍ୟା ଅମ୍ଫାନ ୬ ଘଣ୍ଟାରେ ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହାର ପ୍ରଭାବ ପ୍ରଥମେ ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅନୁଭୂତ ହେବ। ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଓଡ଼ିଶାକୁ ବିଶେଷ ବିପଦ ନାହିଁ ବୋଲି କହିଛନ୍ତି ଡିଜି। ମହାବାତ୍ୟା ଅମ୍ଫାନ ଏବେ ଓଡ଼ିଶାର ପାରାଦୀପ ଠାରୁ ୫୨୦ କିମି ଓ  ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କି.ମି ଦୂରରେ ରହିଛି। ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି।

Leave a Reply

Your email address will not be published. Required fields are marked *