୭୦ ଦିନର ସାହାସ : ମରଣ ମୁହଁରୁ ମୁକୁଳିବା ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଓଡ଼ିଆ ନାବିକ ସୁଦୀପ

ଜଳଦସ୍ୟୁଙ୍କ କବଳରୁ ମୁକୁଳି ଘରକୁ ଫେରିଲେ ଓଡ଼ିଆ ନାବିକ ସୁଦୀପ । ନାଇଜେରିଆ ଜଳଦସ୍ୟୁଙ୍କ କବଜାରେ ୭୦ ଦିନ ଧରି ବନ୍ଦୀ ଜୀବନ କାଟିବା ପରେ ସ୍ୱଦେଶ ଫେରିଛନ୍ତି ଓଡ଼ିଆ ନାବିକ ସୁଦୀପ ଚୌଧୁରୀ। ପ୍ରିଲ ୧୯ ତାରିଖରେ ଅପହୃତ ହେବା ପରେ ନାଇଜେରିଆର ଏକ ଘନ ଜଙ୍ଗଲ ଭିତରେ ସେମାନଙ୍କୁ ରଖାଯାଇଥିଲା । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ଫଳରେ ଭାରତକୁ ଫେରିପାରିଛନ୍ତି ସୁଦୀପ ।

ଫିଲ୍ମର କାହାଣୀ ଭଳି ଭୟଙ୍କର ଥିଲା ଏହି ବାସ୍ତବ କାହାଣୀ । ୧୯ ଏପ୍ରିଲ୍ ୨୦୧୯ , ଘାନାରୁ ବାହାରି ସମୁଦ୍ର ପଥରେ ନାଇଜେରିଆ ଯାଉଥିଲା ଜଳଜାହାଜ ‘ଏମଟି ଆପେକସ୍’ । ମଝି ଦରିଆରେ ଜାହାଜକୁ ଘେରିଗଲେ ସଶସ୍ତ୍ର ଜଳଦସ୍ୟୁ । । ଜାହାଜକୁ କବଜା କଲା ପରେ ଉତ୍ପାତ ଆରମ୍ଭ କରିଥିଲେ ୯ ଜଣ ଜଳଦସ୍ୟୁ । ଜାହାଜ ଭିତରେ ୯ ଜଣ ପଶିଥିବା ବେଳେ ଆହୁରି ଅନେକ ଜଗି ରହିଥିଲେ ବାହାରେ । ୫ ଭାରତୀୟଙ୍କ ସମେତ ୭ ଜଣ ନାବିକଙ୍କୁ ଅପହରଣ କରି ନେଇଥିଲେ ସମୁଦ୍ରର ଏହି ସଇତାନ ।

ସୁଦୀପ ଫେରିବା ପରେ ପଣବନ୍ଦୀ ଥିବା ସମୟର ଭୟଙ୍କର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ସେଠାରୁ ଆସିବା ପରେ ତାଙ୍କୁ ସତେ ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି।

Leave a Reply

Your email address will not be published. Required fields are marked *