ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ପ୍ରସ୍ତୁତି ଶେଷ, ଅପେକ୍ଷା ମ୍ୟାଚକୁ

ଖେଳାଳି ପ୍ରସ୍ତୁତ, ଟିମ୍ ବି ପ୍ରସ୍ତୁତ କେବଳ ଅପେକ୍ଷା ମ୍ୟଚକୁ । ବୁଧବାର ଠାରୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ । ଏହି ପ୍ରତିଯୋଗିତା ପାଇଁ ସମସ୍ତ ଦଳ ପହଞ୍ଚିସାରିଛି । ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସହରର ବିଭିନ୍ନ ପ୍ରାଚୀରରେ ପେଣ୍ଟିଂ କରାଯାଉଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି। ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ୨ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *