ସିଲଭର ସିଟି କଟକରେ ହେବ ୨୧ତମ କମନୱେଲଥ୍ ଟେବୁଲ ଟେନିସ ଚାମ୍ପିୟନସିପ । କମନୱେଲଥ୍ ଟେବୁଲ ଟେନିସ ପାଇଁ ଶେଷ ପର୍ଯ୍ୟାୟରେ ଏବେ ପ୍ରସ୍ତୁତି । ଆସନ୍ତା ୧୭ରୁ ୨୨ ଜୁଲାଇ ମଧ୍ୟରେ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହେବ। ପ୍ରତିଯୋଗିତାରେ ପାଇଁ ୧୪ଟି ଦେଶର ୨୦୦ ଖେଳାଳି ଅଶଂଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଟିଟି ଫେଡେରେସନ ଅଫ୍ ଇଣ୍ଡିଆ ଓ ରାଜ୍ୟ ଟିଟି ଆସୋସିଏସନ ମଧ୍ୟରେ ପୂର୍ବରୁ ଏମଓୟୁ ସ୍ୱାକ୍ଷରିତ ହୋଇସାରିଥିଲା । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗତାକୁ ସଫଳ କରିବା ପାଇଁ କ୍ରୀଡା ସଚିବ ବିଶାଲ ଦେବ ଓ କ୍ରୀଡା ନିର୍ଦ୍ଦେଶକ ଭିନୀଲ କ୍ରୀଷ୍ଣା ଦିନରାତି ଏକ କରି ଲାଗିପଡିଛନ୍ତି। ସରକାର ଅଣ୍ଟା ଭିଡିଛନ୍ତି, ରାଜ୍ୟ କ୍ରୀଡା ବିଭାଗ ମଧ୍ୟ ସମସ୍ତ ଚେଷ୍ଟା ଲଗାଇଛି। କ୍ରୀଡା ସଚିବ ବିଶାଲ ଦେବ ଘନଘନ କଟକ ଗସ୍ତ କରି ଜବାହାରଲାଲ ନେହୁରୁ ଇନଡୋର ଷ୍ଟାଡିୟମର ପ୍ରସ୍ତୁତିକୁ ତଦାରଖ କରିବା ସହ ପ୍ରତିଯୋଗିତା ବେଶ ସଫଳତାର ସହ କିପରି ହେବ ସେନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଆଶା କରାଯାଉଛି ରାଜ୍ୟ କ୍ରୀଡା ବିଭାଗର ଅକ୍ଲାନ୍ତ ପରିଶ୍ରମରେ ହକି ପରି କମନୱେଲ୍ଥ ଟେବୁଲ ଟେନିସ ଗେମ ମଧ୍ୟ ରାଜ୍ୟ ପାଇଁ ଆଣିବ ଅନେକ ପ୍ରଶଂସା ।
ରାଜ୍ୟରେ କ୍ରୀଡାର ବିକାଶ କ୍ଷେତ୍ରରେ କମନୱେଲଥ୍ ଟେବୁଲ ଟେନିସ ବେଶ୍ ସହାୟକ ହେବ । ପ୍ରତିଯୋଗିତା ଭାରତୀୟ ଖେଳାଳିଙ୍କୁ ପାଇଁ ନୂଆ ଅନୁଭୂତି ଆଣିବ। କଟକେ ଏହି ପ୍ରତିଯୋଗିତା ଖେଳାଯାଉଥିବାରୁ ରାଜ୍ୟର ଅନେକ ପ୍ରତିଭାବାନ ଖେଳାଳିଙ୍କୁ ଏହା ପ୍ରେରଣା ଦେବ ।