ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୌରଭ ଗାଙ୍ଗୁଲିଙ୍କୁ ନାଟକୀୟ ଢଙ୍ଗରେ ଯେଉଁଭଳି ବିସିସିଆଇର ସଭାପତି କରାଗଲା, ଏହି ଘଟଣା ପଛରେ ଏକ ନୂଆ ରହସ୍ୟ ଲୁଚି ରହିଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ଏବେ ବହୁ କଥା ସାମ୍ନାକୁ ଆସୁଛି। ମାତ୍ର ୧୦ ମାସ ପାଇଁ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରାଇ ତାଙ୍କୁ ପୁଣି ଥିରେ ବେଙ୍ଗଲକୁ ପଠାଇଦିଆଯିବ। ବେଙ୍ଗଲରେ ସେ ବିରେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି। ଏଭଳି କଥା ଏବେ ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ପଶ୍ଚିମବଙ୍ଗରେ ଆସନ୍ତା ବିଧାନସଭା ନିର୍ବାଚନ ୨୦୨୧ରେ ହେବାକୁ ଯାଉଛି। ନିର୍ବାଚନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବାକୁ ହେଲେ ବିଜେପିକୁ ଜଣେ ପ୍ରଭାବଶାଳୀ ଓ ଚିହ୍ନା ଚେହେରାର ଆବଶ୍ୟକତା ରହିଛି। ସେ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଗାଙ୍ଗୁଲି ହିଁ ବିଜେପି ପାଖରେ ଏକ ଭଲ ବିକଳ୍ପ ବୋଲି ଚର୍ଚ୍ଚା ହେଉଛି। ଏବେ ବିଜେପିର ଏହି ଭିତିରିଆ ଯୋଜନାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।