ରାଜ୍ୟ ସଚିବାଳୟ ତଥା ଲୋକସଭା ଭବନ ପରିସରରୁ ଉଦ୍ଧାର ହେଲା ୫ ଫୁଟିଆ ଢମଣା ସାପ। ରାଜ୍ୟ ସଚିବାଳୟର ମୁଖ୍ୟ ଫାଟକ ନିକଟ ଗଛ କୋରୋଡରୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟି ଖାଦ୍ୟ ଅନ୍ୱୈଷଣରେ ଯାଇ ଗଛ କୋରଡ ଭିତରେ ରହିଥିବା ଜଣାପଡିଛି। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ସାପକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ବେଳେ ସାପଟି ଏକ ପକ୍ଷୀ ଶିକାର କରି ଖାଇଥିବା ଦେଖିବାକୁ ମିଳିଥିଲା। ସାପକୁ ଉଦ୍ଧାର ପରେ ଭୁବନେଶ୍ୱର ନିକଟବର୍ତ୍ତୀ ଏକ ଜଙ୍ଗଲିଆ ସ୍ଥାନରେ ଛାଡି ଦିଆଯାଇଥିବା ଜଣାପଡିଛି।