ଭୁବନେଶ୍ୱର ଉପକଣ୍ଠରେ ବାଳକାଟି ଦୋପଟି ସାହି ନିବାସୀ ଅଶୋକ କୁମାର ସାହୁ ଗାଧୁଆ ଘରେ ପଶିବା ବେଳେ ସିଲିଂ ଫ୍ୟାନରେ ଏକ ସାପ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଗାଁ ବାହାରେ ଥିବା ଜଙ୍ଗଲରେ ଛାଡି ଦେଇଛନ୍ତି। ଏହି ସାପଟି କମନ ବ୍ରୋଞ୍ଜ ବ୍ୟାକ- ଟ୍ରି ସ୍ନେକ ପ୍ରଜାତିର, ଯାହାକୁ ଓଡ଼ିଆରେ କାଣ୍ଡନାଳ କୁହାଯାଏ। ଏହା ଏକ ବିଷ ହୀନ ସାପ ଏବଂ ସ୍କାଇ ଲାଇଟ ଭିତର ଦେଇ ଏହା ଫ୍ୟାନ ଉପରକୁ ଯାଇଥିଲା କୁହାଯାଉଛି।