ନାଗ ସାପର ଜିଲ୍ଲା ପାଲଟିଛି ଭଦ୍ରକ । ଲୋକଙ୍କ ନିଦ ହଜାଇଦେଇଛି ନାଗ ସାପ । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ନାଗ ସାପ ସନ୍ଧାନ ମିଳୁଛି। । ଯାହା ସ୍ଥାନୀୟ ଲୋକ ଡର ଓ ଭୟରେ ଜୀବନ କାଟୁଛନ୍ତି । ଭଦ୍ରକ ଜିଲ୍ଲାରେ ବାରମ୍ବାର ନାଗ ବାହାରିବା ଦ୍ୱାରା ଲୋକେ ଆତଙ୍କିତ ହୋଇପଡିଛନ୍ତିି। ବିଶେଷ କରି ଭଦ୍ରକ ଜିଲ୍ଲାର ତିହିଡି, ବନ୍ତ, ହାତିସାହି, ନଳାଙ୍ଗ ଓ ଧାମନଗର ଅଂଚଳରୁ ନାଗ ଛୁଆଁଙ୍କୁ ଉଦ୍ଧାର କରାଯାଇଛି ।
ଆପଣଙ୍କ ମନେଥିବ କିଛି ଦିନ ପୂର୍ବରୁ ଧାମନଗର ଅଞ୍ଚଳର ପାଇକସାହି ଗାଁର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ ସାପ ଛୁଆ ସହ ୫ ଫୁଟର ନାଗ-ନାଗୁଣୀଙ୍କୁ ଉଦ୍ଧାର କରାଯାଇଥିଲା । ଲୋକଙ୍କ ମନରୁ ଏହି ଭୟ ଯାଇନଥିବା ବେଳେ ପୁଣି ଥରେ ଭଦ୍ରକରୁ ଗୋଟିଏ ସ୍ଥାନରୁ ୩୦ଟି ନାଗ ସାପ ଛୁଆ ବାହାରିବା ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଯେତେ ଖୋଳିଲେ ଗାତ ଭିତରୁ ବାହାରୁଛି ପୁଳା ପୁଳା ନାଗ ସାପ ଛୁଆ । ଜ଼ିଲ୍ଲାରେ ପ୍ରତେକ ଦିନ କେଉଁଠି ନା କେଉଁ ଅଞ୍ଚଳରୁ ସାପ ବାହାରିବାରେ ଲାଗିଛି। ଆଜି ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ ଦଖିଣକୁରୁଆ ଗ୍ରାମର ରାମ ଦାସଙ୍କ ଘରୁ ୩୦ରୁ ଉର୍ଦ୍ଧ ନାଗ ଛୁଆ ଓ ଆଣ୍ଡା ଉଦ୍ଧାର କରାଯାଇଛି । ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫ ଉଦ୍ଧାର କରିଛନ୍ତି। ଲୋକେ ନାଗ ସାପ ଛୁଆ ଦେଖି ମିର୍ଜାଙ୍କୁ ଖବର ଦେଇଥିଲେ ମିର୍ଜା ପହଞ୍ଚି ସାପ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ଆହୁରି ଅଧିକ ସାପ ବାହାରିବ ବୋଲି ଅନୁମାନ ହେଉଛି ।