ନ୍ୟୁୟର୍କ ନୁହେଁକି ପ୍ୟାରିସ ନୁହେଁ, ଏ ହେଉଛି ଆମ ସିଲଭର୍ ସିଟିର ଦୃଶ୍ୟ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ବହୁ ବେଶରେ ସଜାଇ ହୋଇଛି କଟକ ସହର। ଉଠୁଛି ପଡୁଛି ସିଲଭର୍ ସିଟି କଟକ। କଟକ ସାଜିଛି କ୍ରୀଡା ରାଜଧାନୀ । ଚାରିଆଡେ ସୁନ୍ଦର ପୋଷ୍ଟର ବ୍ୟାନର ସହ ରଙ୍ଗାରଙ୍ଗ ଲାଇଟରେ ସୁସଜ୍ଜିତ ହୋଇଛିା ଏହା ସାଙ୍ଗକୁ କାନ୍ଥରେ ପେଣ୍ଟିଂ, କଟକର ସୁନ୍ଦରତାକୁ ଦ୍ୱିଗୁଣିତ କରିଦେଇଛି। ନ୍ୟୁୟର୍କ ନୁହେଁକି ପ୍ୟାରିସ ନୁହେ, ଏ ହେଉଛି ସିଲଭର୍ ସିଟିର ଦୃଶ୍ୟ। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ଅକ୍ଲାନ୍ତ ପ୍ରୟାସରେ ଖୁବ କମ ସମୟ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆୟୋଜନ କରାଯାଉଛିା

୧୭ରୁ ଆରମ୍ଭ ହୋଇଥିବା ଏହି ପ୍ରତଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ କରାଯାଇଛି। ଷ୍ଟାଡିୟମ ପରିସରରେ ସୁରକ୍ଷା ଦାୟୁିତ୍ୱରେ ରହୁଛନ୍ତି ୧୦ ପ୍ଲାଟୁନ ପୁଲିସ ଫୋର୍ସ । ସକାଳ ୯ଟାରୁ ରାତି ୧୦ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି। ୨ ଜଣ ଏଡିସିପି ସୁରକ୍ଷା ତଦାରଖ କରୁୁଛନ୍ତ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *