କରୋନା ଭାଇରସ୍ ମହାମାରୀ କାରଣରୁ ଜାରି ସାମାଜିକ ଦୂରତା ନିୟମ ଏବେ ପ୍ରେମୀ ଯୁଗଳଙ୍କୁ ଅଡ଼ୁଆରେ ପକାଇଛି। ସାମାଜିକ ଦୂରତା ନିୟମ ବ୍ରଟେନର ଲୋକଙ୍କ ପ୍ରେମ ଜୀବନକୁ ଏକ ବଡ଼ ଝଟକା ଦେଇଛି। ଏକ ରିପୋର୍ଟରୁ ପ୍ରକାଶ ପାଇଛି ବ୍ରିଟେନରେ ଲକଡାଉନ୍ ସମୟରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଛଅ ଜଣ ଯୌନ ସମ୍ପର୍କ ରଖି ପାରିନାହାଁନ୍ତି। ବ୍ରିଟେନରରେ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ଯେ, ଯେକୌଣସି ଦୁଇଟି ଅଲଗା ପରିବାରର ଦୁଇ ଜଣ ଲୋକ କୌଣସି ବ୍ୟକ୍ତିଗତ ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ କି ଯୌନ ସମ୍ପର୍କ ରଖିପାରିବେ ନାହିଁ। ଏଥିରେ କୁହାଯାଇଛି ଯେ କୌଣସି ଘର ଭିତରେ ବା ସାର୍ବଜନୀନ କିମ୍ବା ବେସରକାରୀ ସ୍ଥାନରେ ହେଉଥିବା ଓ ଦୁଇ ବା ଅଧିକ ବ୍ୟକ୍ତି ଥିବା କୌଣସି ସମାବେଶରେ କେହି ଅଂଶ ଗ୍ରହଣ କରିପାରିବେ ନାହିଁ। ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ବ୍ୟକ୍ତିଗତ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା, କିନ୍ତୁ ଏବେ ହୋଇଛି। କରୋନା ଭାଇରସ୍ ସଙ୍କଟ ସମୟରେ ବ୍ରିଟେନର ମାତ୍ର ୩୯.୯ ପ୍ରତିଶତ ସାବାଳକ ବ୍ୟକ୍ତି ଯୌନ ସକ୍ରିୟ ଅଛନ୍ତି ବୋଲି ରିପର୍ଟରେ କୁହାଯାଇଛି।