ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂକ୍ୟା ବଢି ବଢି ଚାଲିଛି। ଜିଲ୍ଲାରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହି ସମୟରେ ପ୍ରତି ପଞ୍ଚାୟତରେ ଖୋଲିଥିବା କୋଭିଡ କେୟୋର କେନ୍ଦ୍ର, କୋଭିଡ୍ କେୟାର ହୋମ୍ ସବୁ ବନ୍ଦ କରିବାକୁ ଯେଉଁ ଘୋଷଣା କରିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଦ୍ରକ ପରି ସ୍ୱାସ୍ଥ୍ୟ ସେବାରେ ଉପଯୁକ୍ତ ଭିତ୍ତିଭୂମି ନଥିବା ଜିଲ୍ଲାରେ ରୋଗୀଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ତାହା ଏବେ ଚିନ୍ତାକ କାରଣ ପାଲଟିଛି। ଭଦ୍ରକରେ ଖୋଲାଯାଇଥିବା ସାଳନ୍ଦୀ କୋଭିଡ୍ କେୟାର ହସିପିଟାଲରେ ଆଇସିୟୁ ବ୍ୟବସ୍ଥାରେ ୪ ଟି ବେଡ୍ ରହିଥିବା ବେଳେ ଅଧିକ ରୋଗୀ ଆସିଲେ କଥା ସରେ। ଭଦ୍ରକ ଜିଲ୍ଲାରେ ଯେଉଁ ହାରରେ କରୋନା ବ୍ୟାପୁଛି, ଆଗାମୀ ଦିନରେ ଜିଲ୍ଲାରେ କରୋନା ରୋଗୀଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ଆଡକୁ ଗତିକରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଣିକି ଭଦ୍ରକ ରୋଗୀଙ୍କୁ ଭଗବାନ ଭରସା।