ରାଜ୍ୟରେ ମୋଟ ୭,୨୫୮ଛାତ୍ରଛାତ୍ରୀଙ୍କୁ ମିଳବ କାଳିଆ ଛାତ୍ରବୃତ୍ତି। ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ସରକାର ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ରାଜ୍ୟରେ ମୋଟ ୭,୨୫୮ ପିଲାଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଗୁରୁବାର କାଳିଆ ଛାତ୍ରବୃତ୍ତି ସମ୍ପର୍କିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କାଳିଆ ଛାତ୍ରବୃତ୍ତି ଲାଗି ମୋଟ ୧୯,୨୪୭ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୭,୨୫୮ ଆବେଦନକାରୀଙ୍କୁ ଅନୁମୋଦନ କରାଯାଇଛି। ନୋଡାଲ ଅଫିସରଙ୍କ ଜରିଆରେ ୬୬୧ ଅନୁମୋଦନକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି।