ପ୍ରବଚନ ଦେବାକୁ ଡହଳ ବିକଳ ସାରଥି, ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ

ସାରଥି ଓରଫ ସନ୍ତୋଷ ରାଉଳ ପୁଣି ଲୋକଙ୍କୁ ପ୍ରବଚନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଅନୁମତି ମାଗିବାକୁ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି ସାରଥି। ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନରେ ପ୍ରାୟ ଚାରି ବର୍ଷ ପରେ ଜେଲରୁ ବାହାରିବା ପରେ ପୁଣିଥରେ ପ୍ରବଚନ ଦେବାକୁ ମନ ବଳେଇଛନ୍ତି। ଜେଲ୍‌ରୁ ବାହାରିବା ପରେ ସାରଥିଙ୍କୁ ପ୍ରବଚନ ଦେବାକୁ କୋର୍ଟ ମନାକରିଥିଲେ। ସର୍ତ୍ତ ଅନୁଯାୟୀ, ଜେଲ୍‌ରୁ ମୁକୁଳିବା ପରେ ସାରଥି ପ୍ରବଚନ ଦେଇ ନପାରି ଏବେ ଡହଳ ବିକଳ ହେଉଛନ୍ତି। ଏହାସହ ତାଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ତେବେ ଚଳିବା ପାଇଁ ପ୍ରବଚନ ମାଧ୍ୟମରେ ଅର୍ଥ ରୋଜଗାର କରିବାକୁ ସାରଥି ଚାହୁଁଛନ୍ତି ବୋଲି କୁହାଯାଉଛି। 2015ରୁ ଜେଲରେ ରହିଆସୁଥିବା ସାରିଥିଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ଜାମିନ ମିଳିବା ପରେ ଗତ ଜୁଲାଇ୨୫ରେ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ସାରଥି।

Leave a Reply

Your email address will not be published. Required fields are marked *