ଆଇପିଏଲ ଖେଳିବେ ଗଡ୍ ଅଫ୍ କ୍ରିକେଟରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଆଇପିଏଲ୍ ନିଲାମୀରେ ଶେଷ ପର୍ଯ୍ୟାୟରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ବେସ୍ ପ୍ରାଇସ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ।କିମ୍ବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ପାଇଁ ଖେଳିସାରିଛନ୍ତି। ଅର୍ଜୁନ ମୁମ୍ବାଇ ପକ୍ଷରୁ ୧୯ ବର୍ଷରୁ କମ୍ ସହିତ ଅନ୍ୟ ବୟସ ଶ୍ରେଣୀରେ ବି କ୍ରିକେଟ୍ ଖେଳିସାରିଛନ୍ତି। ୨୦୧୯ରେ ଖେଳାଯାଇଥିବା ମୁମ୍ବାଇ ଟି-୨୦ ଲିଗ୍ରେ ମଧ୍ୟ ସେ ଭାଗ ନେଇଥିଲ।
ଅନ୍ୟପଟେ ନିଲାମୀରେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ଆଇପିଏଲ୍ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୫ରେ ଯୁବରାଜ ସିଂ ଆଇପିଏଲ୍ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା।