ଅନିର୍ଦ୍ଦିଷ୍ଟକାଳ ପାଇଁ S.N କଲେଜ ସାଇନ-ଏ-ଡାଏ: ହଷ୍ଟେଲ୍ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଏସ.ଏନ୍ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ରବିବାର ୧୦ଟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ମନମୂଖୀ ନିଷ୍ପତ୍ତି ବିରୋଧରେ ଶନିବାର ଶତାଧିକ ଛାତ୍ରଛାତ୍ରୀ କଲେଜ୍ ଗେଟରେ ତାଲା ପକାଇବା ସହ କଲେଜ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଫଳରେ କଲେଜ କର୍ତ୍ତୃପକ୍ଷ ବାଧ୍ୟହୋଇ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ହଠାତ କଲେଜକୁ ଆସିବା ପାଇଁ ବ୍ଲେଜର ପିନ୍ଧି ଆସିବା ବାଧ୍ୟତାମୂଳକ ବୋଲି କୁହାଗଲା। ହେଲେ  ଏଥିପାଇଁ 3 ରୁ 4 ହଜରା ଟଙ୍କା ଆବଶ୍ୟକ ଥିବା ବେଳେ ଯେଉଁ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ଖରାପ ସେମାନେ କିପରି ଏତେ ଟଙ୍କା ଆଣି ବ୍ଲେଜର କିଣିବେ। ଏହାସହ ଯେଉଁମାନଙ୍କ ଏହା ଶେଷ ବର୍ଷ ସେମାନେ ଏବେ ରିଆଡିମିଶନ୍ ସମୟରେ ଏତେ ଟଙ୍କା କେଉଁଠି ଆଣି ଖର୍ଚ୍ଚ କରିବେ। ଅନ୍ୟ କୌଣସି କଲେଜରେ ଏଭଳି ନିୟମ ନଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନଜଣାଇ ଏସ.ଏନ କଲେଜ ଅଧ୍ୟକ୍ଷ ନିଜେ ନିଜେ ସବୁ ନିଷ୍ପତି ନେଇଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ନୀତିକୁ ବିରୋଧ କରି ଶନିବାର ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରାଛାତ୍ରୀ । ଫଳରେ ଏସ.ଏନ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *