ରାଜ୍ୟ ସରକାର ପୁଣି ଥିରେ ୪ଟି ଜିଲ୍ଲା ଓ ରାଉରକେଲା ପାଇଁ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଆଖାଆଗରରେ ରଖି ଅନେକ ଲୋକ ୧୪ ଦିନ ପାଇଁ ମଦ ଗଚ୍ଛିତ କରିନେଇଛନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଗତକାଲି ମଦ କିଣିବାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଥିଲା। ଏପରିକି ଭୂତାଣୁ ଭୟକୁ ଭୁଲି, ସାମାଜିକ ଦୂରତାକୁ ଭାଙ୍ଗି ମଦ ଦୋକାନ୍ ଆଗରେ ଗ୍ରାହକ ଲମ୍ବା ଲାଇନ୍ ଲଗାଇଥିଲେ। ଗ୍ରାହକମାନେ ପେଟି ପେଟି ମଦ ଘରକୁ ବୋହି ନେଉଥିବା ଟ୍ୱିନ୍ସିଟିରେ ଦେଖିବାକୁ ମିଳିଥିଲା। ଲକଡାଉନ୍ ଯୋଗୁ ମଦ ଦୋକାନ ବନ୍ଦ ହୋଇଯିବା ଭୟରେ ଲୋକେ ଛାନିଆ ହୋଇ ଘରେ ମଦ ଗଚ୍ଛିତ କରି ରଖଛନ୍ତି। ମଦ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବି ପଛେଇଲେନି ନିଶାଡ଼ି ଗ୍ରାହକ। ଡହ ଡହ ଖରାରେ ସିଝି କିଣିନେଲେ ମଦ। କାଉଣ୍ଟରର ସଟର ଖୋଲିବା ପୂର୍ବରୁ ମଧ୍ୟ ଲାଗିଯାଇଥିଲା ଲୋକଙ୍କ ଲମ୍ବା ଲାଇନ୍।ଭିଡ କଣ୍ଟ୍ରୋଲ କରିବା ପାଇଁ କିଛି ସ୍ଥାନରେ ବ୍ୟାରିକେଡର ବି ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।