ପୁରୀ ପାଇଁ ରୋଡ୍ ମ୍ୟାପ୍

ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ତଃ ରାଜ୍ୟ ଟୁରିଷ୍ଟ ବସ୍‌ ଓ ରିଜର୍ଭ ବସ୍‌ ଏନ୍‌ଏଚ୍‌-୩୧ରେ ଆସି ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ । ଯାତ୍ରୀବାହୀ ବସ୍‌ଗୁଡ଼ିକ ମାଳତୀପାଟପୁର ରେଳ ଓଭରବ୍ରିଜ ଦେଇ ବାଇପାସ ନୀଳାଚଳ ଲିଙ୍କ୍ ଦେଇ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡରେ ରହିବେ। ସେହିପରି ୪ ଚକିଆ ଯାନ ମାଳତୀପାଟପୁର ଦେଇ ତାଳବଣିଆ ନିକଟ ଆଇଟିଆଇ ନିକଟରେ ପାର୍କିଂ କରିବେ। ଏହାପରେ ବୀରହରେକୃଷ୍ଣପୁର ଦେଇ ପୁରୀରୁ ବାହାରକୁ ଯିବେ । ୩ ଚକିଆ ଯାନ ପାଇଁ ସମାନ ନିୟମ ରହିଛି । ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଗୁଡ଼ିକ ଫ୍ଲୋରିସ ଇଣ୍ଡିଆ ନିକଟରେ ପାର୍କିଂ କରିବେ ।

This image has an empty alt attribute; its file name is Rath-Yatra-Information-Guide-1024x577.jpg

Leave a Reply

Your email address will not be published. Required fields are marked *