ପୁଣି ବର୍ଷିବ ବର୍ଷା। ହନ୍ତସନ୍ତ ହେବେ ଲୋକେ। ଗୁରୁବାର ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ନେଇ ସତର୍କ ରହିବାକୁ ମଧ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ପଠାଯାଇଛି। କିଛି ସ୍ଥାନରେ ହାଲୁକା ବର୍ଷା ହେ। ତେବେ ଧିରେ ଧିରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। କାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅ।ଦି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ତେଣୁ ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଜାରି କରାଯାଇଛି । ଏହା ସହ ମଣ୍ଡି ଓ ବାହାରେ ଥିବା ଧାନକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ବାସହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ ଘର ରାତିରେ ଖୋଲିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି