ରାହୁଲଙ୍କ ଅସଲି ଚେହେରା ଧରା ପଡିବା ପରେ ଉପାୟ ନପାଇ ମାରିଲେ ପଲ୍‍ଟି

ଯେବେ ଠାରୁ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେଲାଣି ଏହାକୁ ବିରୋଧ କରି ଆସୁଛନ୍ତି ରାହୁଲ ଗାନ୍ଧି। ରାହୁଲଙ୍କ ବିବାଦୀୟ ବୟାନ ପାକିସ୍ତାନ ମିଡିଆରେ ସର୍ବଦା ହେଡଲାଇନ ହୋଇ ରହି ଆସୁଥିଲା। କେବେଳ ଏତିକି ନୁହେଁ ରାହୁଲଙ୍କ ମନ୍ତବ୍ୟକୁ ପାକିସ୍ତାନ କୋଟ୍ କରି ୟୁଏନକୁ ଚିଠି ଲେଖିଥିବା ଜଣା ପଡିଛି। କିଛିଦିନ ପୂର୍ବେ ରାହୁଲ କହିଥିଲେ ମୋଦୀ ସରକାରଙ୍କ ପଦକ୍ଷେପରେ କାଶ୍ମୀରରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ରାହୁଲଙ୍କ ବୟାନକୁ ମୋଦି ସରକାରଙ୍କ ବିରୋଧରେ ଅସ୍ତ୍ର କରି ବିଶ୍ୱ ସମୁଦାୟ ଆଗରେ ରଖିବାକୁ ଚେଷ୍ଟା କରିଛି ପାକିସ୍ତାନ। ଏଭଳି ଖବର ଜଣା ପଡିବା ପରେ ରାହୁଲଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିପାରେ, ତେଣୁ ପରିସ୍ଥିତିକୁ ଦେଖି ହଠାତ୍ ରାହୁଲ ଗାନ୍ଧି କାଶ୍ମୀର ପ୍ରସଙ୍ଗରେ ପଲଟି ମାରିନେଲେ। ରାହୁଲ ଟ୍ୱିଟ କରି କହିଛନ୍ତି, ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ସହ ତାଙ୍କର ମତ ପାର୍ଥକ୍ୟ ହୋଇଥାଇ ପାରେ। ମାତ୍ର ଏହା ନିଶ୍ଚିତ ଯେ, କାଶ୍ମୀର ଅଖଣ୍ଡ ଭାରତର ଅଙ୍ଗ। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ଲୋଡ଼ା ନାହିଁ। ଏହିକଥା ଶୁଣି ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ଫୱଦ ହୁସେନ କହିଛନ୍ତି, ରାହୁଲ ପରିପକ୍ୱ ହୋଇ ନାହାଁନ୍ତି, ରାହୁଲଙ୍କ ସବୁଠୁ ବଡ଼ ସମସ୍ୟା ସେ ସର୍ବଦା କନଫ୍ୟୁଜନ ରହିଥାନ୍ତି।

Leave a Reply

Your email address will not be published. Required fields are marked *