ପାଣି ଗୋଳିଆ କରିବାକୁ 9ଜଣ ବିରୋଧୀ ନେତାଙ୍କୁ ନେଇ କାଶ୍ମୀର ବାହାରିଲେ ରାହୁଲ

ଜମ୍ମୁ କାଶ୍ମୀରରେ ସ୍ଥିତି ଧିରେ ଧିରେ ସାମାନ୍ୟ ହେଉଥିବା ବେଳେ ପାଣି ଗୋଳିଆ କରିବାକୁ ବିରୋଧୀ କରୁଛନ୍ତି ଚେଷ୍ଟା। ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଶନିବାର କଶ୍ମୀର ଗସ୍ତରେ ଯିବେ। ଏହି ପ୍ରତିନିଧିମଣ୍ଡଳରେ ପ୍ରମୁଖ ନେତା ଭାବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା, ସିପିଏମର ସୀତାରାମ ୟେଚୁରୀ ଓ ଆରଜେଡିର ମନୋଜ ଝା ସାମିଲ ଅଛନ୍ତି । ଏହି ପ୍ରତିନଧିମଣ୍ଡଳ କେତେକ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନାଙ୍କ ସହ ବୈଠକ କରିବାର ମଧ୍ୟ ଯୋଜନା ରଖିଥିବା କୁହାଯାଉଛି। ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ସେମାନଙ୍କୁ କାଶ୍ମୀର ଭିତରକୁ ପ୍ରବେଶ କରିବାକୁ ଦିଆଯାଉଛି ନାଁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆଯାଉଛି ତାହା ଶନିବାର ଜଣା ପଡିବ।

Leave a Reply

Your email address will not be published. Required fields are marked *