କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କି ରାହୁଲ ଗାନ୍ଧି। ତେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କାହିଁକି କରୋନା ଭାଇରସ ପାଇଁ ଟେଷ୍ଟ ଦେବାକୁ ପଡ଼ିଲା। କରୋନା ଭାଇରସ ସନ୍ଦେହରେ ତାଙ୍କର କରୋନା ସ୍କ୍ରିନିଂ କରାଯାଇଛି। ରାହୁଲ ଗାନ୍ଧି ନିକଟରେ ଇଟାଲୀରୁ ଫେରିବା ପରେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର କରୋନା ସ୍କ୍ରିନିଂ କରାଯାଇଛି। ରାହୁଲ ଇଟାଲୀ ଗସ୍ତରେ ଥିବା ବେଳେ କରୋନା ଯାଞ୍ଚ ହେବା ଦରକାର ବୋଲି ବିଜେପି ଦାବି କରିଥିଲା। ତେବେ ସତରେ କଣ ରାହୁଲ ଗାନ୍ଧି କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଯଦି ନୁହେଁ ତେବେ କହିଁକି ତାଙ୍କୁ ପରୀକ୍ଷା କରାଗଲା। ଏବେ କରୋନା ଯୋଗୁ ବିଶ୍ୱରେ 3526 ଜଣ ଲୋକ ପ୍ରାଣ ହରାଇଥିବାବେଳେ 1ଲକ୍ଷ 4 ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି। ଚାନୀରେ ସର୍ବାଧିକ ଲୋକ ଏଥିରେ ମୃତ୍ୟ ବରଣ କରିଛନ୍ତି। ଏହା ତଳକୁ ଇଟାଲୀରେ ଦ୍ୱିତୀୟ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଇଟାଲୀରେ ଏହି ଭାଇରସ ଅଧିକ ବେଗରେ ବ୍ୟାପୁଥିବାରୁ ସେଠାରୁ ଫେରିଥିବାରୁ ରାହୁଲଙ୍କୁ କରୋନା ସ୍କ୍ରିନିଂ କରାଯାଇଥିଲା।