ପଡିଆରେ ଆଠ ମାସ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଟିମର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଦେଖିବାକୁ ମିଳିବନି। ପୃଥ୍ୱୀ ଶ’ ଡୋପ୍ ଟେଷ୍ଟରେ ଧରାପଡିବାରୁ କ୍ରିକେଟରୁ ୮ମାସ ସସପେଣ୍ଡ୍ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ୮ ମାସ ସସପେଣ୍ଡ କରାଯାଇଛି। ସେ ଏହି ସମୟରେ ସବୁ ଫର୍ମାଟ କ୍ରିକେଟରୁ ଦୂରେଇ ରହିବେ। ସୟିଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ପାଇଁ ଡୋପିଂ ଟେଷ୍ଟ ଚାଲିଥିବା ବେଳେ ତାଙ୍କ ରକ୍ତ ନମୁନାରୁ ‘ଟର୍ବ୍ୟୁଟାଲାଇନ୍’ ନାମକ ଡ୍ରଗ୍ସ ମିଳି ଥିବା ବିସିସିଆଇ କହିଛି।