ଓଡ଼ିଆ ପୁଅ ପ୍ରମୋଦ ଭଗତ ନିଜର ବିଜୟ ଯାତ୍ରାରେ ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି। ଡବଲ୍ସ ପରେ ସିଙ୍ଗଲ୍ସରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି ପ୍ରମୋଦ।ସୁଇଜରଲ୍ୟାଣ୍ଟରେ ଚାଲିଥିବା ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ୍ ସିଙ୍ଗିଲ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିନେଇଛନ୍ତି। ସେ ଇଂଲଣ୍ଡର ଡାନିଆଲ୍ ବେଥେଲଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ଡାନିଆଲ୍ ବେଥେଲଙ୍କୁ ପ୍ରମୋଦ ୬-୨୧, ୨୧- ୧୪ ଓ ୨୧-୧୫ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ଡବଲ୍ସରେ ମଧ୍ୟ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିନେଇଥିଲେ। ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଲାଭ କରିଥିଲେ। ଫାଇନାଲ ରାଉଣ୍ଡରେ ଅନ୍ୟ ଦୁଇ ଜଣ ଭାରତୀୟ ତରୁଣ-ନିତେଶ କୁମାରଙ୍କ ଯୋଡ଼ିକୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍ରେ ହରାଇ ଚାମ୍ପିୟନ ହୋଇଥିଲେ ପ୍ରମୋଦ ଭଗତ ଓ ମନୋଜ।