ଆସନ୍ତା କାଲି ଠାରୁ ପଲିଥିନ ବ୍ୟାନ

ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ, ଏହି ଦିନ ଠାରୁ ରାଜ୍ୟରେ ପଲିଥିନ ଉପରେ କଟକଣା ଲାଗିବ। ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ  ଦୀର୍ଘ ଦିନ ଧରି  ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ରେ ପଲିଥିନ ଉପରେ କଟକଣା ଲଗାଯାଇଥିବା ବେଳେ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ୧୦୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି ) ଏବଂ ମ୍ୟୁନିସିପାଲିଟିରେ ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଜାରି କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପରିବେଶ(ସୁରକ୍ଷା) ଆଇନ ୧୯୮୬ ଆଧାରରେ ପ୍ରସ୍ତୁତ କରାଯାଇଥିବା ନିର୍ଦ୍ଦେଶନାମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ପ୍ଲାଷ୍ଟିକ ୫୦୦ ବର୍ଷ ଧରି ନଷ୍ଟ ହେଉ ନାହିଁ। ଏହା ମାଟିର ଉର୍ବରତାକୁ ନଷ୍ଟ କରିବା ସହ ଡ୍ରେନ ଅବରୋଧ, ବର୍ଷା ପାଣି ଅବରୋଧ ଓ ବୃକ୍ଷଲତା ବୃଦ୍ଧିରେ ବାଧା ସୃଷ୍ଟି କରୁଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଥିବା ବେଳେ ସରକାର ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *